୩ ଦିନ ପରେ ମିଳିଲା କୁନି ଝିଅର ମୃତଦେହ, ଗାଁରେ ଉତ୍ତେଜନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନିଖୋଜ ହେବାର ୩ ଦିନ ପରେ ପୋଖରୀ ହୁଡାରୁ ମିଳିଲା କୁନିଝିଅର ମୃତଦେହ। କୁନି ଝିଅକୁ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଗାଁରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।
ଅନ୍ୟପକ୍ଷରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁର ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଓରଫ ନେଉଳି ମାମୁ ଘରେ ରହି ପାଠ ପଢ଼ୁଥିଲା। ଗତ ଶୁକ୍ରବାର ସକାଳ ସେ ସାଙ୍ଗମାନଙ୍କ ସହ ଖେଳୁଥିଲେ। ତେବେ ହଠାତ୍‌ କୁଆଡେ ନିଖୋଜ ହୋଇଯାଇଥିଲା। ନେଉଳିଙ୍କୁ ତାଙ୍କ ମାମୁ ଓ ପରିବାର ଲୋକେ ଚାରି ଆଡେ ଖୋଜି ଥିଲେ। ମାତ୍ର ପାଇନଥିଲେ।

Leave A Reply

Your email address will not be published.