ଜୟଦେବ ବାଟିକାରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୟଦେବ ବାଟିକାରୁ ଅଜଣା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ଭୁବନେଶ୍ବର ସ୍ଥିତ ଜୟଦେବ ବାଟିକାର ୫୩ ନମ୍ବର ପିଣ୍ଡି ନିକଟରେ ଥିବା ଏକ ଥୁଣ୍ଟା ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନିକଟରେ ସାଇକେଲ ଚାବି ସହ ୧୦ ଟଙ୍କିଆ ନୋଟ୍ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ । ତେବେ ତାଙ୍କୁ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ତାଙ୍କ ମୃତଦେହକୁ ଏକ ଥୁଣ୍ଟା ଗଛରେ ଝୁଲାଇ ଦିଆଯାଇଥିବା ସନ୍ଦେହ କରାଯାଉଛି ।

ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫୋରେନସିକ୍ ଟିମ୍ ମଧ୍ୟ ପହଞ୍ଚି ଛାନଭିନ୍ ଜାରି ରଖିଛି । ଯୁବତୀ ଜଣଙ୍କ ସାଲଓ୍ବାର ପିନ୍ଧିଥିବା ବେଳେ ବେକରେ ତାଙ୍କର ଚେନ୍ ଓ ପାଦରେ ପାଉଁଜି ପିନ୍ଧିଥିବା ଦେଖିବାକୁ ମିଳିଛି । ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.