କଲଭଟ ତଳୁ ମୃତଦେହ ଉଦ୍ଧାର

0

ଗଞ୍ଜାମ ଜିଲ୍ଲା ପାଟପୁର ଥାନା  ରମୁଣି ଛକ କଲଭର୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବୁଦ୍ଧିରାମ ମହାରଣା। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି। ବୁଦ୍ଧିରାମ ନୟାଗଡ଼ରୁ ଆସି ସାନଖେମୁଣ୍ଡି ବ୍ଲକର ପଥରପୁଞ୍ଜି ଗାଁରେ ରହୁଥିଲେ। ସେଠାରେ ରହି ସେ ମନ୍ଦିର କାମ କରୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ କଲଭର୍ଟ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପାଟପୁର ପୁଲିସ୍‌ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.