ପ୍ଲାଟଫର୍ମରୁ ଡାକ୍ତରଙ୍କ ମୃଦଦେହ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେସନ ର ୧ ନମ୍ବର ପ୍ଲାଟଫର୍ମରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃଦଦେହ ଉଦ୍ଧାର ହୋଇଛି । ସେ ଜଣେ ଅବସରପ୍ରାପ୍ତ ଶିଶୁ ବିଶେଷଜ୍ଞ ଥିଲେ । ତାଙ୍କ ନାଁ ଡାକ୍ତର ରବୀନ୍ଦ୍ରନାଥ ରଥ ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଓଲଡ଼ ଟାଉନ ଅଞ୍ଚଳରେ ନିଜ ପରିବାର ସହ ରହୁଥିଲେ ଡାକ୍ତର ରବୀନ୍ଦ୍ରନାଥ ରଥ । ଡାକ୍ତର ରଥ ନିଜ କାର୍ଯ୍ୟରୁ ଅବସର ନେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଚୁକ୍ତିଭିତ୍ତିକ କାର୍ଯ୍ୟ କରୁଥିଲେ । ଆଜି ସକାଳେ ସେ ଭୁବନେଶ୍ୱର ରେଲେଓ୍ଵ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରୁ ପୁରୀ- ହାଓଡ଼ା ଟ୍ରେନରେ ଚଢ଼ୁଥିବା ବେଳେ ଟ୍ରେନ୍ରୁ ଖସି ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ସେମାନେ କହିବା ମୁତାବକ ସିସି ଟିଭି ଫୁଟେଜରୁ କିଛି ସ୍ପଷ୍ଟ ଭାବେ ଦେଖାଯାଉନାହିଁ । ତେଣୁ ସେମାନଙ୍କ ମନରେ ଏହା ଏକ ହତ୍ୟା ବୋଲି ସନ୍ଦେହ ସୃଷ୍ଟି ହେଉଛି । ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚାଲିଛି ।

Sikshaya
Leave A Reply

Your email address will not be published.