ଔଷଧ ବ୍ୟବସାୟୀଙ୍କ କରନା ଜନିତ ମୃତ୍ୟୁ, ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଔଷଧ ବ୍ୟବସାୟୀ ସୁଧାଂଶୁ ରଂଜନ ମହାନ୍ତି ଙ୍କ କରନା ଜନିତ ମୃତ୍ୟୁ ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ । ତେଣୁ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ଲାଗିରହିଥିବା ଦ୍ଵନ୍ଦର ଅନ୍ତ ଘଟିଛି । ପୂର୍ବରୁ ସୁଧାଂଶୁଙ୍କ ମୃତ୍ୟୁ କରୋନା ଜନିତ କି ନୁହେଁ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିନଥିବାରୁ ପରିବାର ପକ୍ଷରୁ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଔଷଧ ବ୍ୟବସାୟୀ ସଂଘର ସୁଧାଂଶୁ ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କର ଅକାଳ ବିୟୋଗ ରେ ସଙ୍ଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

ସୂଚନା ଅନୁଯାୟୀ, ଚଳିତ ମାସ ୧ ତାରିଖରେ ନୟାଗଡ଼ ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଖବର ଆସିଥିଲା । ଏନେଇ ପୈାର ପରିଷଦ ପକ୍ଷରୁ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା । ମାତ୍ର ତାଙ୍କର କରୋନା କାରଣରୁ ମୃତ୍ୟୁ ହୋଇଥିବା ନେଇ ଆଜି ସରକାରଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛନ୍ତି ।

ସୁଧାଂଶୁ ରଂଜନ ମହାନ୍ତି ନାମକ ଔଷଧ ବ୍ୟବସାୟୀ ଜଣେ ସୁନା ଦୋକାନୀଙ୍କ ସଂସ୍ପର୍ଶରେ ଆସିଥିବା ଏବଂ ନୟାଗଡ଼ ସହର ଯଦୁମଣୀନଗରରେ ବାସ କରୁଥିବା ତଥା ଅମରେନ୍ଦ୍ର ବଜାରରେ ହୋଲେସେଲ୍ ଔଷଧ ଦୋକାନୀଙ୍କୁ କରୋନା ହୋଇଥିବା ନେଇ ଗତମାସ ୨୪ ତାରିଖରେ ଜିଲ୍ଲାକୁ ସୂଚନା ଆସିଥିଲା । ଏନେଇ ଜିଲ୍ଲାପ୍ରଶାସନ ତାଙ୍କୁ ଉକ୍ତ ଦିନ ରାତିରେ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରିଥିଲା । ୨୫ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଧ ସୂଚନା ଦିଆଯାଇଥିଲା । ଦୀର୍ଘ ୬ ଦିନ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ଏହି ଔଷଧ ବ୍ୟବସାୟୀଙ୍କର ଚଳିତମାସ ୧ ତାରିଖରେ ମୃତ୍ୟୁ ଘଟିଥିବା ନେଇ ପୈାର ପରିଷଦ ପକ୍ଷରୁ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା । ତିନି ଜଣିଆ କମିଟି ଦେଇଥିବା ରିର୍ପୋଟ ଅନୁଯାୟୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୁଧାଂଶୁ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ୨୭ ତାରିଖରେ ତାଙ୍କୁ ଆସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ତାଙ୍କର ମଧୁମେହ ରୋଗ ଥିବା କାରଣରୁ ସେ ବେଳକୁ ବେଳ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଏହାକୁ କମିଟି କରୋନା ମୃତ୍ୟୁ ବୋଲି ସ୍ୱୀକାର କରିଛି । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସଂମ୍ପର୍କ ବିଭାଗ ଜରିଆରେ ସୂଚନା ଦିଆଯାଇଛି । ଫଳରେ କିଛିଦିନ ହେବ ଲାଗି ରହିଥିବା ଦ୍ୱନ୍ଦ ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.