ଗୋଇଠା ମାଡ଼ରେ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଇଠା ମାଡ଼ରେ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲାରେ ଘଟିଯାଇଛି । ଜଣେ ବ୍ୟକ୍ତିଙ୍କ ଗୋଇଠା ମାଡ଼ରେ ଜାରକା ଟିକର ସାହିର ସନାତନ ସାମଲଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଶଙ୍ଖାରିଢ଼ିହ ବଜାରରେ କୌଣସି କାରଣ ବଶତଃ ସନାତନଙ୍କ ସହିତ ଜେଲ୍‌ରୁ ଫେରିଥିବା ଧର୍ମଶାଳା ଅଞ୍ଚଳର ଗିରି ମଣ୍ଡଳଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଗିରି ରାଗିଯାଇ ସନାତନଙ୍କ ତଳିପେଟକୁ ଗୋଇଠା ମାରିଥିଲା । ଏହାପରେ ସନାତନ ଘରକୁ ପଳାଇ ଆସିଥିଲେ । ତେବେ ଘରେ ତାଙ୍କର ରକ୍ତ ବାନ୍ତି ହେବାରୁ ସନାତନଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହାକୁ ନେଇ ତାଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଶଙ୍ଖାରିଢ଼ିହଠାରେ ୧୬ ନମ୍ୱର ଜାତୀୟ ରାଜପଥରେ ଅବରୋଧ କରିଥିଲେ। ସେମାନେ ସନାତନଙ୍କ ମୃତଦେହ ରଖି ଓ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଅଭିଯୁକ୍ତକୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସେମାନେ ପ୍ରାୟ ଏକ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍ ଆସି ବୁଝାଇବା ପରେ ରାସ୍ତାରୋକ ହଟିଥିଲା।

ପୂର୍ବରୁ ଗିରି ମଣ୍ଡଳ ତା’ ସ୍ତ୍ରୀକୁ ହତ୍ୟା କରିଥିଲା। ଏହି ମାମଲାରେ ସେ ଜେଲ ଦଣ୍ଡ ଭୋଗୀ ୨ ବର୍ଷ ହେବ ଜେଲ୍‌ରୁ ଖଲାସ ହୋଇଛି। ଧର୍ମଶାଳା ପୁଲିସ୍‌ ଗିରି ମଣ୍ଡଳକୁ ଥାନାରେ ଅଟକ ରଖିଛି ।

Sikshaya
Leave A Reply

Your email address will not be published.