ପ୍ରଥମ ବେବି ହେବାର ୪ ମାସ ପରେ ପୁଣିଥରେ ଏହି କପଲଙ୍କ ଘରକୁ ଆସୁଛି ନୂଆ ଅତିଥି

ଏବେ ଟିଭି ଟାଉନରେ ଶୁଣିବାକୁ ମିଳୁଛି ଗୁଡ଼ ନ୍ୟୂଜ l ଏହି ଧାଡିରେ ପୁଣିଥରେ ସାମିଲ ହୋଇଛନ୍ତି ଟିଭି ଜଗତର ସୁପରହିଟ କପଲ ଗୁରମୀତ ଚୌଧୁରୀ ଓ ଦେବୀନା ବାନାର୍ଜୀ l ଏବେ ୪ ମାସ ପୂର୍ବରୁ ତାଙ୍କର ପ୍ରଥମ ସନ୍ତାନ(ଲିୟାନା) ଜନ୍ମ ହୋଇଥିଲା l ତେବେ ଏହାପରେ ଏହି କପଲ ୨ୟ ବେବି ପାଇଁ ପ୍ଲାନ ମଧ୍ୟ କରିସାରିଛନ୍ତି l
ଏ ନେଇ କମେଡି କିଙ୍ଗ କପିଲ ଶର୍ମା କନଫର୍ମ କରିଛନ୍ତି l କପିଲ ଏକ ଫଟୋ ସେୟାର କରିଛନ୍ତି ଯେଉଥିରେ ଦେବୀନା ଏକ ସନୋଗ୍ରାଫିର ଫଟୋ ଧରିଥିବାବେଳେ ଗୁରମିତ ତାଙ୍କ ଝିଅକୁ ହାତରେ ଧରିଛନ୍ତି l ଯାହାକୁ ନେଇ ଏହି କପଲଙ୍କ ଘରକୁ ନୂଆ ଅତିଥି ଆସିବାର ଇଶାରା ଦେଇଛନ୍ତି l ଏହି ଖବର ଶୁଣି ତାଙ୍କ ଫ୍ୟାନମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି l