ଡିସେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ, ପଢନ୍ତୁ କଣ ରହିବ ଖୋଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ-୧୯ ନେଇ ଡିସେମ୍ବର ମାସର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ଯାଏ ଗାଇଡଲାଇନ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନରେ ଲକଡାଉନ ଜାରି କରାଯାଇପାରିବ। ଏନେଇ ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ସେହିପରି ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ଉପରେ ରୋକ ଲଗାଯାଇଛି। ଏବର୍ଷ ତୋଷାଳୀ, ଶିଶିର ସରସ ଆଦି ମେଳା ହେବାନାହଁ,  ବାହାଘର ଉତ୍ସବରେ ସର୍ବାଧିକ ୨୦୦ ବ୍ୟକ୍ତିଙ୍କୁ ଅନୁମତି, ଅନ୍ତ୍ୟେଷ୍ଟି କ୍ରୀୟା କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି। ଏହି ସମୟରେ ମାସ୍କ, ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ। ସେହିଭଳି ସାମାଜିକ, ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା, ସ୍କୁଲ ଖୋଲିବା ଉପରେ ଗଣଶିକ୍ଷା ବିଭାଗ ନିଷ୍ପତି ନେବ ବୋଲି ଉଲ୍ଲେଖ ରହିଛି।

Leave A Reply

Your email address will not be published.