ଦୀଲ୍ଲିରେ ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବେ କ୍ଷେତ୍ରମଣି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହେବାକୁ ଥିବା ପରେଡରେ ଭାଗନେବେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁର କ୍ଷେତ୍ରମଣି ପ୍ରଧାନ। ୨୦୨୧ ଗଣତନ୍ତ୍ର ଦିବସର ପରେଡରେ ସମଗ୍ର ରାଜ୍ୟରୁ ୧୫ ଜଣ ଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡର ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଛାତ୍ର କ୍ଷେତ୍ରମଣି ମନୋନୀତ ହୋଇଛନ୍ତି। ଝାରସୁଗୁଡ଼ାର ଲେଫ୍ଟନାଣ୍ଟ ମାନସ ଆଚାର୍ଯ୍ୟଙ୍କ ଉଦ୍ୟମ କ୍ରମେ କ୍ଷେତ୍ରମଣି ପ୍ରଧାନ ନିଜ କଲେଜ ତଥା ଝାରସୁଗୁଡ଼ା ଜିଲ୍ଲା ପାଇଁ ଗୌରବ ବୃଦ୍ଧି କରିଛନ୍ତି। କ୍ଷେତ୍ରମଣିଙ୍କ କୃତିତ୍ୱ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦେବତା ଓ ସମସ୍ତ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.