ପ୍ରଦୂଷଣ ପ୍ରସଙ୍ଗରେ ଦିଲ୍ଲୀ ଓ ଗୋଆ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ‘ଟ୍ୱିଟର ୱାର୍’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ବଢ଼ୁଥିବା ସ୍ତରକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ମଧ୍ୟରେ ଟ୍ୱିଟରରେ ଯୁଦ୍ଧ ଚାଲିଛି। କେଜ୍ରିୱାଲ ଗୋଆର ଏକ ଡବଲ ଟ୍ରାକିଂ ପ୍ରୋଜେକ୍ଟ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ କହିଥିଲେ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଥମେ ଦିଲ୍ଲୀର ପ୍ରଦୂଷଣ ଉପରେ ଧ୍ୟାନ ଦିଅନ୍ତୁ ତା’ପରେ ଗୋଆ କଥା ଚିନ୍ତା କରିବେ। ପ୍ରମୋଦ ସାୱନ୍ତଙ୍କ ଏହି ବୟାନ ପରେ କେଜ୍ରିୱାଲ ଟ୍ୱିଟ୍ କରି ଏହା ଦିଲ୍ଲୀ କିମ୍ବା ଗୋଆର ପ୍ରଦୂଷଣ କଥା ନୁହେଁ ବୋଲି କହିଥିଲେ। ଦିଲ୍ଲୀ ଓ ଗୋଆ ମୋ ପାଇଁ ସମାନ। ଦିଲ୍ଲୀ ଓ ଗୋଆରେ ପ୍ରଦୂଷଣ କମାଇବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ।

କେଜ୍ରିୱାଲଙ୍କ ବୟାନର ପ୍ରତିକ୍ରିୟା ଦେଇ ପ୍ରମୋଦ କହିଥିଲେ ଯେ, ଗୋଆକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ରୂପେ ଚେଷ୍ଟା ଚଲାଇଛି। ଦିଲ୍ଲୀବାସୀ ମଧ୍ୟ ନିଜ ସୁନ୍ଦର ରାଜ୍ୟରେ ସମାନ ଚାହୁଁଥିବେ ବୋଲି ମୋର ଭରସା ରହିଛି।
ପ୍ରମୋଦଙ୍କ ଟ୍ୱିଟରେ କେଜ୍ରିୱାଲ ପୁଣି ଜବାବ ଦେଇ କହିଥିଲେ ଯେ, ଗୋଆବାସୀ ଡବଲ ଟ୍ରାକିଂ ପ୍ରୋଜେକ୍ଟକୁ ବିରୋଧ କରୁଛନ୍ତି ଦୟାକରି ତାଙ୍କ କଥା ଶୁଣନ୍ତୁ। କେନ୍ଦ୍ର ସରକାର ଗୋଆ ଉପରେ ଏହି ପ୍ରୋଜେକ୍ଟ ଜବରଦସ୍ତ ଲଦୁଛି ମୁଁ ବୁଝୁପାରୁଛି ସେଥିପାଇଁ ଆପଣ ଦୟାକରି ଗୋଆବାସୀଙ୍କ ସହ ଛିଡ଼ା ହୁଅନ୍ତୁ ଓ କେନ୍ଦ୍ରକୁ କୋଇଲା ହବ୍ ହେବାରୁ ବଞ୍ଚାନ୍ତୁ।
କେଜ୍ରିୱାଲଙ୍କ ଟ୍ୱିଟର ଜବାବ ଦେବାକୁ ଯାଇ ପ୍ରମୋଦ ପୁଣି ଲେଖିଲେ ଯେ, ‘ପ୍ରିୟ ଅରବିନ୍ଦ କେଜ୍ରିୱାଲ ଜୀ, ରେଲୱେର ଦୋହରୀକରଣ ରାଷ୍ଟ୍ରୀୟ ସ୍ତରରେ ହେଉଛି ଯଦ୍ୱାରା ମଲମରେ କୌଣସି କ୍ଷତି ହେବ ନାହିଁ। ଆମେ ଗୋଆକୁ କୋଲ୍ ହବ୍ ହେବାକୁ ଦେବୁନାହିଁ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟିକାରୀ ଆପଣଙ୍କ ନିପୁଣତାକୁ ଦେଖି ଆମେ ଆପଣଙ୍କ ପରାମର୍ଶଠାରୁ ନିଜକୁ ବଞ୍ଚାଇବୁ।’

Leave A Reply

Your email address will not be published.