କେଜ୍ରିୱାଲଙ୍କ ଶରୀରରେ ଦେଖାଗଲା କରୋନା ଲକ୍ଷଣ, କରାଯିବ କୋଭିଡ-୧୯ ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେଇଛି। ରବିବାରଠାରୁ ଜ୍ୱର ସହିତ ତାଙ୍କର ଗଳା ଯନ୍ତ୍ରଣା ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବ ଶୀଘ୍ର ନିଜର କୋଭିଡ-୧୯ ପରୀକ୍ଷା କରାଇବେ ବୋଲି ଜଣାପଡିଛି।

ପ୍ରକାଶ ଯେ, ଅରବିନ୍ଦ କେଜ୍ରିୱାଲ ରବିବାରଠାରୁ ତାଙ୍କର ସମସ୍ତ ବୈଠକ ବାତିଲ କରିଛନ୍ତି ଏବଂ ନିଜକୁ ସଙ୍ଗରୋଧରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ରବିବାର ସନ୍ଧ୍ୟାରେ ଏକ ଅନଲାଇନ୍ ମିଡିଆ ସଂକ୍ଷିପ୍ତ ବୈଠକରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। କରୋନାଭାଇରସ ସଙ୍କଟ ସମୟରେ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ ଦିଲ୍ଲୀବାସୀଙ୍କ ପାଇଁ ସ୍ୱତନ୍ତ୍ର କରିବାକୁ କେଜ୍ରିୱାଲ ରବିବାର ଦିନ ଦିଲ୍ଲୀ ସରକାର ନିଷ୍ପତ୍ତି ଘୋଷଣା କରିଥିଲେ।

Leave A Reply

Your email address will not be published.