ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି, ଆଜିଠୁ ପୁଣି ଉପବାସ କରିବେ ଚାଷୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଛି ଚାଷୀ ଆନ୍ଦୋଳନ। ଏହି ଆନ୍ଦୋଳନ ଆଜି ୨୬ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ତୀବ୍ର କରିବାକୁ ଆଜି ପୁଣି କୃଷକମାନେ ଉପବାସ କରିବେ ବୋଲି ସୂଚନା ମିଳିଛି।
ସେହିପରି ୨୫ରୁ ୨୭ ତାରିଖ ଯାଏ ହରିୟାଣାର ସମସ୍ତ ରାଜପଥରେ ଟୋଲ ଫି ଛାଡ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି। କୃଷି ଆଇନ ବିରୋଧରେ ଚାଷୀମାନେ ସୋମବାର ଠାରୁ ଆମରଣ ଅନଶନ କରିବାକୁ ଘୋଷଣା କରିଛନ୍ତି। ଚାଷୀମାନେ କହିଛନ୍ତି ଯେ, ସମସ୍ତ ପ୍ରଦର୍ଶନ ସ୍ଥଳରେ ୨୪ ଘଣ୍ଟାର ଆମରଣ ଅନଶନ କରାଯିବ। ପ୍ରତିଦିନ ୧୧-୧୧ ଜଣ ଚାଷୀ ଉପବାସ ରଖିବେ। ସମସ୍ତ ଚାଷୀ ସଂଗଠନ ଡିସେମ୍ବର ୨୩ ତାରିଖରେ କିଷାନ ଦିବସ ଅବସରରେ ଗୋଟିଏ ସମୟରେ ଭୋଜନ ନ କରିବାକୁ ଅପିଲ କରିଛି।
ପ୍ରଦର୍ଶନରତ ଚାଷୀମାନେ ଘୋଷଣା କରିଛନ୍ତି ଯେ, ଡିସେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କୀ ବାତ କାର୍ଯ୍ୟକ୍ରମ ସମୟରେ ଥାଳି ବଜାଇବେ। ଅନ୍ୟପଟେ କୃଷକ ଆନ୍ଦୋଳନ ସମୟରେ ପାଖାପାଖି ୩୦ ଜଣ ଚାଷୀଙ୍କ ଜୀବନ ଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ସୂଚନାଥାଉକି, କୃଷକଙ୍କ ସହିତ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ଯେଉଁଥିରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଓ ବାଣିଜ୍ୟ ରାଷ୍ଟ୍ର ମନ୍ତ୍ରୀ ସୋମପ୍ରକାଶ ସଦସ୍ୟ ଅଛନ୍ତି।

Leave A Reply

Your email address will not be published.