ପୁଣି ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜାତୀୟ ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନରତ କୃଷଙ୍କ ପାଇଁ ଶୀତ କାଳ ହୋଇଛି। ଆନ୍ଦୋଳନରେ ସାମିଲ ଥିବା ଆଉ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ଗାଜିପୁରରେ ଆନ୍ଦୋଳନରତ କୃଷକ ଗଲନ ସିଂହ ତୋମରଙ୍କ ପ୍ରବଳ ଥଣ୍ଡା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବାଗପତ ଜିଲ୍ଲାର ମୋଜିଦାବାଦ ବାସିନ୍ଦା ଗଲନ ସିଂହ ନଭେମ୍ବରରୁ ଆନ୍ଦୋଳନରେ ସାମିଲ ଥିଲେ। ଗଲନ ସିଂହଙ୍କ ବୟସ ୬୫ରୁ ୭୦ ବର୍ଷ ହେବ। ପ୍ରବଳ ଥଣ୍ଡା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ମେଡିକାଲ ପରୀକ୍ଷାରେ ଜଣାପଡ଼ିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ନୂଆ କୃଷି ନିୟମ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ବର୍ଡରରେ ହଜାର ହଜାର ଚଷୀ ଦୀର୍ଘ ଦିନ ଧରି ଡେରା ପକାଇଛନ୍ତି।

bjd
Sikshaya
ruchi

Leave A Reply

Your email address will not be published.