ପରୀକ୍ଷା ପାଇଁ ଆନ୍ଦୋଳନ ସ୍ଥଗିତ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱର ସଚିବାଳୟରେ ଶିକ୍ଷକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରି ପାରିନାହିଁ । ଆନ୍ଦୋଳନ ସ୍ଥଗିତ ରଖି ପରୀକ୍ଷାରେ ସହଯୋଗ କରିବାକୁ ସରକାର ଶିକ୍ଷକ ସଂଘକୁ ପ୍ରସ୍ତାବ ଦେଇଥିବାବେଳେ ଷ୍ଟିଅରିଂ କମିଟି ବୈଠକରେ ସଂଘ ଏନେଇ ଆଲୋଚନା କରିବ ବୋଲି ଜାଣିବାକୁ ମିଳିଛି।
ସତ୍ୟପାଠ ଦାଖଲ କରିବାକୁ ଶିକ୍ଷକମାନଙ୍କୁ ବାଧ୍ୟ କରାଯିବ ନାହିଁ। ସରକାର ଏଭଳି ଘୋଷଣା କରିବା ପରେ ମଧ୍ୟ ମିଳିତ ଶିକ୍ଷକ ସଂଘ ନିଜ ଜିଦରେ ଅଟଳ ରହିଛନ୍ତି। ଏମିତିକି ସୋମବାର ଏକ ବଡ଼ ଧରଣର ବିକ୍ଷୋଭ ପାଇଁ ଶିକ୍ଷକ ସଂଘ ଘୋଷଣା କରିବା ପରେ ସରକାର ଆଲୋଚନା ପାଇଁ ତତ୍ପରତା ପ୍ରକାଶ କରିଥିଲେ। ଆଜି ରବିବାର ଥିଲେ ମଧ୍ୟ ସଚିବାଳୟରେ ମିଳିତ ଶିକ୍ଷକ ସଂଘ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ଉଭୟ ବିଭାଗର ସଚିବ ଆଲୋଚନା କରିଥିଲେ। ଶିକ୍ଷକ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିବେ ବୋଲି ସରକାର ଆଶାବାଦୀ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ଶିକ୍ଷକ ସଂଘ ଙ୍କ ୭ଟି ଦାବି ମଧ୍ୟରୁ ୬ଟି ଦାବି ମାନି ଥିବାବେଳେ ବୟସ ସୀମା ୬୦ ରୁ ୬୨ କୁ ବୃଦ୍ଧି କୁ ଗ୍ରହଣ କରିନାହାଁନ୍ତି । ତେବେ ସଂଘର ଷ୍ଟିୟରିଂ କମିଟି ବୈଠକରେ ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ମାର୍ଚ୍ଚ ୯ ତାରିଖ ପର୍ଯନ୍ତ ଆନ୍ଦୋଳନ ସ୍ଥଗିତ କରାଯାଇଛି।

Leave A Reply

Your email address will not be published.