ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିସହ ମୋଦିଙ୍କ ମନ୍ତ୍ରିମଣ୍ଡଳର ୫୭ ଜଣ ସଦସ୍ୟ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ ପାହ୍ୟା, ୨୪ ରାଷ୍ଟ୍ର ପାହ୍ୟା ଏବଂ ୯ଜଣଙ୍କୁ ରାଷ୍ଟମନ୍ତ୍ରୀ(ସ୍ବାଧୀନ) ଭାବେ ନିଆଯାଇଛି । ଆଜି ମନ୍ତ୍ରିମଣ୍ଡଳର ବିଭାଗଗୁଡିକ ବଣ୍ଟନ କରାଯାଇଥିବା ବେଳେ ୨୪ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ କାହାକୁ କେଉଁ ବିଭାଗ ମିଳିଛି ଆସନ୍ତୁ ଜାଣିବା ।
* ନରେନ୍ଦ୍ର ମୋଦି – କର୍ମଚାରୀ, ସାଧାରଣ ଅଭିଯୋଗ, ପେନସନ୍, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ବିଭାଗ ।
* ରାଜନାଥ ସିଂହ – ପ୍ରତିରକ୍ଷା ବିଭାଗ
* ଅମିତ ଶାହା – ସ୍ବରାଷ୍ଟ୍ର
*ନୀତିନ ଗଡଗରୀ – ସଡକ ଏବଂ ପରିବହନ
* ଡି.ଭି ସଦାନନ୍ଦ ଗୌଡା – ଏମଏସଏମ ସାର, ରସାୟନ
* ନିର୍ମଳା ସୀତାରାମନ – ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ବିଭାଗ
* ରାମବିଳାଶ ପାଶଓ୍ବାନ – ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ
* ନରେନ୍ଦ୍ର ସିଂହ ତୋମାର – କୃଷି, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ
* ହରସିମରତ୍ କୌର ବାଦଲ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
* ଥାଓ୍ବାର ଚାନ୍ଦ ଗେହଲଟ – ସାମାଜିକ ନ୍ୟାୟ, ସଶକ୍ତିକରଣ
* ଏସ୍.ଜୟଶଙ୍କର – ବୈଦେଶିକ ବ୍ୟାପାର
* ରବିଶଙ୍କର ପ୍ରସାଦ – ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି
* ରମେଶ ପୋଖରୀୟାଲ ନିଶଙ୍କ – ମାନବ ସମ୍ଭଳ ବିକାଶ ବିଭାଗ
* ଅର୍ଜୁନ ମୁଣ୍ଡା -ଆଦିବାସୀ ବ୍ୟାପାର
* ସ୍ମୃତି ଇରାନୀ – ମହିଳା ଏବଂ ଶିଶୁ ବିକାଶ, ବୟନ ଶିଳ୍ପ
* ଡା.ହର୍ଷବର୍ଦ୍ଧନ – ସ୍ବାସ୍ଥ୍ୟ, ପରିବାର କଲ୍ୟାଣ,ବିଜ୍ଞାନ ଏବଂ ପ୍ରଯୁକ୍ତି
* ପ୍ରକାଶ ଜାଭଡେକର – ପରିବେଶ, ଜଙ୍ଗଲ, ପାଣିପାଗ ପରିବର୍ତ୍ତନ
ସୂଚନା ଏବଂ ପ୍ରସାରଣ
* ଧର୍ମେନ୍ଦ୍ର ପ୍ରଧାନ – ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ
* ପିୟୁଷ ଗୋଏଲ – ରେଳ, ବାଣିଜ୍ୟ ଏବଂ ଉଦ୍ୟୋଗ
* ମୁଖତାର୍ ଅବାସ ନକଭୀ – ସଂଖ୍ୟାଲଘୁ ବ୍ୟାପାର
* ମହେନ୍ଦ୍ର ନାଥ ପାଣ୍ଡେ – ଦକ୍ଷତା ବିକାଶ, ଉଦ୍ୟୋଗୀକରଣ
* ପ୍ରହ୍ଲାଦ ଯୋଶୀ – ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି
* ଅରବିନ୍ଦ ସାଓ୍ବନ୍ତ – ଭାରି ଶିଳ୍ପ ଏବଂ ଉଦ୍ୟୋଗ
* ଗିରିରାଜ ସିଂହ – ପ୍ରାଣୀ ସମ୍ପଦ ଏବଂ ମତ୍ସ୍ୟ ପାଳନ
* ଗଜେନ୍ଦ୍ର ସିଂ ଶେଖାଓ୍ବତ୍ – ଜଳ, ଶକ୍ତି ବିଭାଗ