ଆଜିକାଲି କାହିଁକି ଲୋକେ ହେଉଛନ୍ତି ଡିପ୍ରେସନର ଶିକାର ? କେଉଁ କାରଣରୁ ପୁରୁଷଙ୍କ ଅପେକ୍ଷା ମହିଳାମାନେ ହୋଇଥାନ୍ତି ଅଧିକ ଶିକାର

0

ଉଦାସୀନତା (Depression) ଏକ ଗମ୍ଭୀର ସମସ୍ୟା । କିନ୍ତୁ ଏହା ଏପରି ଏକ ସମସ୍ୟା, ଏହାର ସଠିକ କାରଣ କେହି ଜାଣନ୍ତି ନାହିଁ । ଡିପ୍ରେସନର ଅନେକ କାରଣ ହେତୁ ହୋଇପାରେ । କେତେକ ଲୋକ ଅନ୍ୟ କୌଣସି ରୋଗରେ ପୀଡ଼ିତ ହେବା ସମୟରେ ଉଦାସୀନତାର ଶିକାର ହୁଅନ୍ତି । ଜୀବନରେ ଆକସ୍ମିକ ପରିବର୍ତ୍ତନ ସମୟରେ ମଧ୍ୟ ଲୋକମାନେ ନିଜ ଉପରେ ନିୟନ୍ତ୍ରଣ ହରାଇ ଅବସାଦର ବଶବର୍ତ୍ତୀ ହୋଇଥାଆନ୍ତି । ଏଠାରେ ଆମେ ଅବସାଦର ୫ଟି ମୁଖ୍ୟ କାରଣ ଆପଣଙ୍କୁ ଜଣାଉଛୁ ।

ଉଦାସୀନତା କ’ଣ?

ଅସଦାଚରଣ, ଦୁଷ୍କର୍ମ କିମ୍ବା ଭାବନାତ୍ମକ ଶୋଷଣ ଲୋକଙ୍କୁ ଅବସାଦଗ୍ରସ୍ତ କରିଥାଏ । ଯେଉଁପରି ସ୍ଥିତି ମୁକାବିଲା କରିବା ପାଇଁ ଆପଣଙ୍କ ପାଖରେ ସାମର୍ଥ୍ୟର ଅଭାବ ଥାଏ ଓ ଆପଣ ଏପରି ବିପଦରୁ ମୁକ୍ତି ପାଇପାଇବେ ନାହିଁ ବୋଲି ମନରେ ବିଚାର ଆସେ, ସେତେବେଳେ ମାଡ଼ିବସେ ମାନସିକ ଅବସାଦ ।

ସାଧାରଣତଃ ଏହି କାରଣରୁ ଡିପ୍ରେସନର ଶିକାର ହୋଇଥାନ୍ତି:

ପାରିବାରିକ ସମସ୍ୟା, ସାମାଜିକ ନିରାପତ୍ତା ହ୍ରାସ ମଧ୍ୟ ଲୋକଙ୍କୁ ଡିପ୍ରେସ କରିଦେଇଥାଏ । ବର୍ତ୍ତମାନ ସମୟରେ ଏକାକୀ ରହିବା ଓ ଅସୁରକ୍ଷା କାରଣରୁ ସମାଜରେ ବୟସ୍କ ବ୍ୟକ୍ତିମାନେ ଡିପ୍ରେସନର ଶିକାର ହେଉଥିବା ବିଶେଷଜ୍ଞ ମତ ରଖନ୍ତି ।

ରିପୋର୍ଟ ଅନୁସାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଡିପ୍ରେସନର ଶିକାର ହୋଇଥାନ୍ତି । ଏହାର ମୁଖ୍ୟକାରଣ ମହିଳାମାନେ ଅଧିକ ଭାବପ୍ରବଣ । ମହିଳାମାନଙ୍କ ଜୀବନରେ ବିଭିନ୍ନ ସମୟରେ ଗତି କରୁଥିବା ହରମୋନାଲ ପରିବର୍ତ୍ତନ ମଧ୍ୟ ଡିପ୍ରେସନର କାରଣ ହୋଇଥାଏ ।

ବୟସ ଓ ଲିଙ୍ଗ ଭେଦରେ ଗୁରୁତର ରୋଗରେ ପୀଡ଼ିତ ଅନେକ ବ୍ୟକ୍ତି ଡିପ୍ରେସନର ଶିକାର ହୋଇଥାନ୍ତି। ଏପରିକି ରୋଗରୁ ମୁକ୍ତି ପାଇବା ପରେ ବି ଡିପ୍ରେସନରୁ ମୁକ୍ତ ମିଳିପାରିନଥାଏ।
ଏହାସହିତ ଅନେକ ବ୍ୟକ୍ତିଗତ ସମସ୍ୟା କାରଣରୁ ମଧ୍ୟ ଲୋକେ ଡିପ୍ରେସନର ଶିକାର ହୋଇଥାନ୍ତି ।

ବ୍ୟକ୍ତିଗତ ସଂପର୍କରେ ବିଫଳତା, ପାରିବାରିକ ସମସ୍ୟା, ଗୋଷ୍ଠୀଗତ ଜୀବନରୁ ବାସନ୍ଦ ପରି ସମସ୍ୟା ଲୋକଙ୍କୁ ଡିପ୍ରେସନ ମଧ୍ୟକୁ ନେଇଯାଇଥାଏ । ନିଜ ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କଠାରୁ ଧୋକା ମଧ୍ୟ ଡିପ୍ରେସନର କାରଣ ହୋଇଥାଏ ।

SOA post below
Leave a comment