ବଳବନ୍ତ ସିଂ ଧରାକୋଟ ବ୍ଲକର ନୂତନ ଉପାଧ୍ୟକ୍ଷ ନିର୍ବାଚିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଭଗବାନ ସ୍ୱାଇଁଙ୍କ କରୋନା ମହାମାରୀରେ ଅକାଳ ବିୟୋଗ ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।ଏହି ନିର୍ବାଚନରେ ମୋଟ ୧୭ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୨ଜଣଙ୍କ ଭୋଟ ପାଇ ବିଜୟ ଲାଭ କରିଛନ୍ତି ବିଜେଡି ପ୍ରାର୍ଥୀ ବଳବନ୍ତ ସିଂହ।
ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ସମର୍ଥନ କ୍ରମେ ବିଜୟଲାଭ କରିଥିବା କହିଛନ୍ତି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବଳବନ୍ତ ସିଂହ। ଉପନିର୍ବାଚନ କାର୍ଯ୍ୟ ଧରାକୋଟ ପୋଲିସର ଉପସ୍ଥିତିରେ ସୂଚାର ରୂପେ କାର୍ଯ୍ୟକାରୀ ହୋଇଥିଲା।
ଏଥିସହ ଘଟଣାସ୍ଥଳରେ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜି ,ନିର୍ବାଚନ ଅଧିକାରୀ ତଥା ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁ,ଜିଲ୍ଲପାଳଙ୍କ ପ୍ରତିନିଧି ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ,ଧରାକୋଟ ଆଇଆଇସି ,ଆସିକା ଆଇଆଇସି,ଶେରଗଡ଼ ଆଇଆଇସି,ସୋରଡ଼ା ଆଇଆଇସି,ଧରାକୋଟ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.