ଡ଼ି ବ୍ରଦର୍ସ ଲିଙ୍କରେ ବିଧାୟକଙ୍କୁ ସମନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ିର ଯାଜପୁର ଜିଲ୍ଲାର ଟାଣୁଆ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଗୁଡିଲିଷ୍ଟରେ ସ୍ଥାନ ପାଇଥିବା ପ୍ରଣବଙ୍କ ପାଇଁ ବଢିଛି ଅଡୁଆ । ଡ଼ି ବ୍ରଦର୍ସ ଲିଙ୍କରେ ଯାଜପୁର ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଲବନ୍ତରାୟଙ୍କୁ ଆସନ୍ତା ୭ତାରିଖ ଅପରାହ୍ନ ୩ଟା ବେଳେ ସମସ୍ତ କାଗଜପତ୍ର ସହ ଇଡି କାର୍ଯ୍ୟାଳୟରେ ହଜାର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ସମନ୍ ଜାରି କରାଯାଇଛି।

ଗତ ୧ତାରିଖରେ ଇଡି ପକ୍ଷରୁ ଏହି ସମନ୍ ଜାରି କରାଯାଇଛି। ୨୦୦୫-୦୬ ଠାରୁ ୨୦୦୯-୧୦ ଆର୍ଥିକ ବର୍ଷର ସମସ୍ତ ଅଡ଼ିଟ ରିପୋର୍ଟ ଆଣିବାକୁ ନୋଟିସରେ କୁହାଯାଇଛି। ସମନ୍ ଟି ପ୍ରଣବ ବଳବନ୍ତରାୟଙ୍କ ଟ୍ରାନ୍ସପୋର୍ଟ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ଼, ବିଜୁନଗର, ଯାଜପୁର ଠିକଣାରେ ରହିଛି। ଏହାସହ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହ ତାଙ୍କର କି ପ୍ରକାର ଟ୍ରାଞ୍ଜାକ୍ସନ ଥିଲା ତା’ର ସମସ୍ତ କାଗଜପତ୍ର ମଧ୍ୟ ଆଣିବାକୁ କୁହାଯାଇଛି। ପୂର୍ବରୁ ଚିଟଫଣ୍ଡ ମାମଲା ରେ ବିଧାୟକ ବଳବନ୍ତରାୟଙ୍କୁ ସିବିଆଇ ପକ୍ଷରୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

 

Leave A Reply

Your email address will not be published.