କର୍ମୀଙ୍କ ଆତ୍ମବିଶ୍ବାସ ପାଇଁ ମୁକୁଙ୍କ ପଟୁଆର

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଶୁକ୍ରବାର ବିଜୟ ଉତ୍ସବ ପାଳିଛି ବିଜେପି । ବିହାର ପରେ ମଧ୍ୟପ୍ରଦେଶରୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ଧର୍ମେନ୍ଦ୍ରଙ୍କୁ ଏହି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ହଜାର ହଜାର ବିଜେପି କାର୍ଯ୍ୟକର୍ତା ଓ ନେତାମାନଙ୍କ ଉତ୍ସାହ ରେ ବିମାନ ବନ୍ଦରରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଉଠୁଥିଲା ପଡୁଥିଲା । ଏକ ବିଶାଳ ପଟୁଆରରେ ବାଜା ବାଣ ସହ କର୍ମୀଙ୍କ ନାଚଗୀତ ମଧ୍ୟରେ କିଏ ଧର୍ମେନ୍ଦ୍ରଙ୍କ ସହ ହାତ ମିଳାଇଲାଣି ତ ଆଉକିଏ ସେଲ୍ଫି ନେଲାଣି । କିନ୍ତୁ ଗୋଟିଏ କଥା ନଥିଲା କର୍ମୀଙ୍କ ମନରେ “ଆତ୍ମବିଶ୍ବାସ” ଓ ମନବଳ ।  

ପଞ୍ଚାୟତ ନିର୍ବାଚନ ପରେ ଗତବର୍ଷ ଫେବୃଆରୀ ରୁ ଚଳିତ ବର୍ଷ ଫେବୃଆରୀ ୧୨ ମାସ କର୍ମୀମାନଙ୍କ “ଆତ୍ମବିଶ୍ବାସ” ଜାବୁଡି ରଖିଥିଲା ବିଜେପି । ହେଲେ ବିଜେପୁର ନିର୍ବାଚନରେ ଦଳର ପରାଜୟ , ୟୁପିରେ ନିଜ ସରକାର ଥିବାବେଳେ ଓ ବିହାରରେ ନୀତିଶଙ୍କ ହାତ ଧରି ମଧ୍ୟ ଦଳ ର ସୋଚନିୟ ପରାଜୟ କର୍ମୀଙ୍କ “ଆତ୍ମବିଶ୍ବାସକୁ” ଆହୁରି ଦୁର୍ବଳ କରିଦେଇଥିବା ଜଣାପଡିଛି। ସେନେଇ ଧର୍ମେନ୍ଦ୍ର ବିରୋଧୀଙ୍କୁ ଶକ୍ତିପ୍ରଦର୍ଶନ ଦେଖାଇବା ସହ ନିଜଦଳ କର୍ମୀଙ୍କ ମନବଳକୁ ୧୯ ନିର୍ବାଚନ ପାଇଁ ଏହି ରାଲି ସୁଦୃଢ଼ ରଖିପାରିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.