ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ୍ ହେବାପରେ ଟିପ୍ସ ଦେଲେ ଧୋନୀ, ଭିଡିଓ ଭାଇରାଲ

0

ଚଳିତ ଆଇପିଏଲ ସିଜିନରେ ଚେନ୍ନାଇ ସୁପରକିଙ୍ଗସ( ସିଏସକେ)ର ପ୍ରଦର୍ଶନ ଭଲ ନଥିବାରୁ ଫ୍ଲେଅଫରୁ ବାଦ ପଡିଛି। ଯାହାକୁ ନେଇ ବହୁ ସମାଲୋଚନାର ଶିକାର ହେବାକୁ ପଡିଛି ଦଳକୁ ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ । କିନ୍ତୁ କିଛି ମ୍ୟାଚରେ ଦମଦାର ପ୍ରଦର୍ଶନ ପାଇଁ ଦଳ ଚର୍ଚ୍ଚିାରେ ରହିଛି। ଗୁରୁବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ଟିମକୁ ଚେନ୍ନାଇ ହରାଇବା ପରେ ମୁସ୍କିଲରେ ପଡିଛି କେକେଆର।ଅନ୍ୟପକ୍ଷରେ କେକେଆର ଟିମରରେ ପ୍ରଥମଥର ଖେଳୁଥିବା ବରୁଣ ଚକ୍ରବର୍ତ୍ତୀ ଭଲ ପ୍ରଦର୍ଶନ ପାଇଁ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି। ଚେନ୍ନାଇ ସହ ହୋଇଥିବା ଦୁଇଟି ମ୍ୟାଚରେ ବରୁଣ ଧୋନୀଙ୍କୁ ବୋଲ୍ଡ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଗତକାଲି ମ୍ୟାଚରେ ବରୁଣ ଧୋନୀଙ୍କୁ ବୋଲ୍ଡ କରିଥିଲେ। ଏହାପରେ ଧୋନୀ ଅଳ୍ପହସି ଚାଲିଯାଇଥିଲେ। ଖେଳ ସରିବା ପରେ ଧୋନୀ ବରୁଣଙ୍କ କିଛି କହୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ଚଳିତ ସିଜିନରେ ବରୁଣ ୧୨ ଟି ମ୍ୟାଚରେ ୧୫ ୱିକେଟ ନେଇଛନ୍ତି। ଗୁରୁବାର ମ୍ୟାଚରେ ଧୋନୀଙ୍କୁ ୧ ରନରେ ବୋଲ୍ଡ କରିଦେଇଥିଲେ। ଏହାର୍ପୂରୁ ୧୧ ରନରେ ଆଉଟ କରିଥିଲେ। ପ୍ରଥମଥର ଧୋନୀଙ୍କୁ ଆଉଟ୍ କରିବା ପରେ ତାଙ୍କ ସହ ସେଲ୍ଫି ନେଇଥିଲେ। ଗତ ସପ୍ତାହରେ ବରୁଣ ଦିଲ୍ଲୀ ବିପକ୍ଷରେ ୨୦ ରନ୍ ଦେଇ ୫ ୱିକେଟ ନେଇଥିଲେ। ସେହିଭଳି ଚେନ୍ନାଇ ଟିମ୍ ପାଇଁ ଖେଳୁଥିବା ଋତୁରାଜ ଗାୟକୱାଡ ଧୋନୀଙ୍କୁ ଖୁବ ପ୍ରଭାବିତ କରିଛନ୍ତି। ସେ କହିଛନ୍ତି ଧୋନୀ କଠିନ ପରିସ୍ଥିତିରେ ହସାଇବା ଶିଖାଇଛନ୍ତି।

Leave A Reply

Your email address will not be published.