ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି

0

ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦରୁ ଛଡ଼ା ଯାଇଥିବା ପାଣି । ଏହାପରେ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।

ସେ କହିଛନ୍ତି, ହୀରାକୁଦ୍ ଡ୍ୟାମରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ତେବେ ଦିନକ ପୂର୍ବରୁ ହୀରାକୁଦ ଜଳଭଣ୍ଡାରରୁ ଖୋଲାଯାଇଥିବା ୧୪ଟି ଗେଟ୍‌ ପାଣି ଆଜି ସନ୍ଧ୍ୟାରେ ମୁଣ୍ଡୁଳିରେ ମିଶିବ। ହୀରାକୁଦ୍ ଡ୍ୟାମର ଗେଟ୍ ବନ୍ଦ ସମ୍ପର୍କରେ ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନିଆଯିବ। ଗେଟ୍‌ ବନ୍ଦ କରାଯିବ ପକ୍ଷରେ ନିଷ୍ପତ୍ତି ନିଆଯାଇପାରେ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ରୁ ୪ ଦିନ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ତେବେ ମୁଣ୍ଡୁଳିରେ କିପରି ୮ରୁ ୯ କ୍ୟୁସେକ୍ ଜଳ ପ୍ରବାହିତ ହେବ ସେନେଇ ଚେଷ୍ଟା କରିବୁ।

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମହାନଦୀ ସିଷ୍ଟମରେ ମୋଟ୍ ୭ଟା ଘାଇ ହୋଇଛି। ବର୍ଷା କମିବା ପରେ ଏହି ଘାଇର ମରାମତି କରାଯିବ। ଲଘୁଚାପ ପ୍ରଭାବରେ ୨୦ ଓ ୨୧ ତାରିଖରେ ମହାନଦୀର ଉପରମୁଣ୍ଡରେ ବର୍ଷା ହେବ। ୧୯ ଓ ୨୦ ତାରିଖରେ ମହାନଦୀରେ ତଳମୁଣ୍ଡରେ ବର୍ଷା ହେବ।

ମହାନଦୀକୁ ଛାଡ଼ି ନେଲେ ଅନ୍ୟ ନଦୀମାନଙ୍କର ଜଳସ୍ତର କମୁଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।

ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୪.୬୯ ଫୁଟ୍ ରହିଥିଲା।ଡ୍ୟାମକୁ ୪ ଲକ୍ଷ ୪୦ ହଜାର ୧୨୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଡ୍ୟାମରୁ ୬ ଲକ୍ଷ ୭୪ ହଜାର ୮୬୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ବରମୂଳରେ ୮ ଲକ୍ଷ ୮୮ ହଜାର କ୍ୟୁସେକ୍ ଜଳ ପାସ୍ କରୁଛି। ଖଇରମାଳରେ ୮ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପାସ୍ କରୁଛି।

SOA post below
Leave a comment