ସୁସ୍ମିତା-ଲଲିତଙ୍କ ସମ୍ପର୍କରେ ପଡିଲା କି ଫୁଲଷ୍ଟପ?

0

ପୁଣି ଚର୍ଚ୍ଚାରେ ଲଲିତ ମୋଦି ଏବଂ ସୁସ୍ମିତା ସେନ । ଏଥର କିନ୍ତୁ ପ୍ୟାଚ୍‌ ଅପ୍‌ ନୁହେଁ ବରଂ ବ୍ରେକଅପ୍‌କୁ ନେଇ ଚର୍ଚ୍ଚା ହେଉଛି । ଏହି କଥା ଆମେ କହୁନୁ, ଲଲିତ ମୋଦିଙ୍କ ଇନଷ୍ଟାଗ୍ରାମକୁ ଦେଖିଲେ ଏମିତି କିଛି ଲାଗୁଛି । ଏକ ମାସ ତଳେ ଲଲିତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ନିଜ ପ୍ରେମ ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ । ବର୍ତ୍ତମାନ ଉଭୟଙ୍କ ବ୍ରେକଅପ୍‌ ଖବର ଆସିବା ଆରମ୍ଭ ହୋଇଯାଇଛି । ଉଭୟ ଅଲଗା ହେବାର କାରଣ ସୁସ୍ମିତାଙ୍କ ପୂର୍ବତନ ପ୍ରେମିକ ରୋହମାନ ବୋଲି କୁହାଯାଉଛି ।

ସୁସ୍ମିତା ସେନ୍ ଏବଂ ଲଲିତ ମୋଦି ଏପର୍ଯ୍ୟନ୍ତ ବ୍ରେକଅପ୍ ବିଷୟରେ କହି ନାହାଁନ୍ତି । ନା ଏହା ବିଷୟରେ କୌଣସି ପୋଷ୍ଟ ସେୟାର କରିଛନ୍ତି । କିନ୍ତୁ ସୋସିଆଲ ମିଡିଆ ୟୁଜର୍ସମାନେ ଲଲିତ ମୋଦୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ବଡ ପରିବର୍ତ୍ତନ ଦେଖି ସିଦ୍ଧାନ୍ତ ନେଇଛନ୍ତି ଯେ ଦୁହେଁ ଏକାଠି ଆଉ ନାହାଁନ୍ତି । ଲଲିତ କେବଳ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ସୁସ୍ମିତାଙ୍କ ନାମ ହଟାଇ ନାହାଁନ୍ତି । ବରଂ ତାଙ୍କ ସହ ତାଙ୍କର ଫଟୋ ମଧ୍ୟ ବଦଳାଇ ଦେଇଛନ୍ତି ।

ଲଲିତ ମୋଦି ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ସୁସ୍ମିତା ସେନଙ୍କ ସହ ଫଟୋ ସେୟାର କରି କିଛି ଦିନ ପୂର୍ବରୁ ତାଙ୍କ ସମ୍ପର୍କ ଘୋଷଣା କରିଥିଲେ । ଏହି ସମୟରେ ଲଲିତ ସୁସ୍ମିତାଙ୍କ ସହ ନେଇଥିବା ଫଟୋକୁ ତାଙ୍କର ପ୍ରୋଫାଇଲ ଫଟୋ କରିଥିଲେ । ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲର ବାୟୋରେ ସେ ସୁସ୍ମିତାଙ୍କୁ ତାଙ୍କ ମାଇଁ ଲଭ ବୋଲି କହିଥିଲେ । ସେ ଲେଖିଥିଲେ, ‘ମୁଁ ମୋ ସାଥୀ ସହିତ ଏକ ନୂଆ ଜୀବନ ଆରମ୍ଭ କରୁଛି । ମୋର ପ୍ରେମ ସୁସ୍ମିତା ସେନ୍ ।’

ବର୍ତ୍ତମାନ ଲଲିତ ମୋଦି କେବଳ ତାଙ୍କର ପ୍ରୋଫାଇଲ ଫଟୋ ବଦଳାଇ ନାହାଁନ୍ତି, ବରଂ ସୁସ୍ମିତାଙ୍କ ନାମକୁ ତାଙ୍କ ବାୟୋରୁ ହଟାଇ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବାୟୋରେ କେବଳ ଆଇପିଏଲ୍ ପ୍ରତିଷ୍ଠାତା ଏବଂ ମୁନ୍‌ (Moon) ଲେଖାଯାଇଛି । ଏହା ଦେଖି ୟୁଜର୍ସ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ସମ୍ପର୍କ ଘୋଷଣାର ପ୍ରାୟ ଦେଢ ମାସ ପରେ ଲଲିତ ମୋଦି ଉଭୟ ଇନଷ୍ଟାଗ୍ରାମ ପ୍ରୋଫାଇଲ ଏବଂ ଇନଷ୍ଟା ବାୟୋ ପରିବର୍ତ୍ତନ କରିଛନ୍ତି ।

SOA post below
Leave a comment