ପୁଲିସ ଲୋକଙ୍କ ସୁରକ୍ଷା ପାଇଁ ରହିଛି, କାହାର ହାନି ପାଇଁ ନୁହେଁ: ଦକ୍ଷିଣାଞ୍ଚଳ ଡିଆଇଜି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାଭିମାନ ଅଂଚଳକୁ ଦକ୍ଷିଣାଞ୍ଚଳ ଡିଆଇଜି ସଫିନ ଅହମ୍ମଦ ଆଜି ଗସ୍ତ କରିଛନ୍ତି। ଡିଆଇଜିଙ୍କ ସହ ମାଲକାନଗିରି ଏସପି ରିଶିକେଷ ଖିଲାରି ମଧ୍ୟ ଥିଲେ। ସ୍ୱାଭିମାନ ଅଂଚଳରେ ନୂତନ ଭାବେ ନିର୍ମାଣ କରାଯାଇଥିବା ବିଏସଏଫ କ୍ୟାମ୍ପକୁ ତଦାରଖ କରିବା ସହ ଏହି ଅଂଚଳକୁ କିପରି ସୁରକ୍ଷା ପ୍ରଦାନ କରାଯାଇପାରିବ ସେନେଇ ସେ ଏସପିଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଆଗାମୀ ଦିନରେ ଆଗକୁ କିପରି ପୁଲିସ ବଢିବ ଏବଂ ଏଠାରେ ସଂପୂର୍ଣ୍ଣ ଭାବେ ନକ୍ସଲକୁ ମୂଳପୋଛ କରିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା। ସ୍ୱାଭିମାନ ଅଂଚଳରେ ନକ୍ସଲ ଏବେ ବେକଫୁଟରେ ପହଞ୍ଚିଛି।

ଏଠାରେ ସୂଚନାଯୋଗ୍ୟ ଯେ ଆଜି ସ୍ୱାଭିମାନ ଅଂଚଳକୁ ବିଏସଏଫ ପହଞ୍ଚିବା ଏବଂ ଯୋଗାଯୋଗର ବ୍ୟବସ୍ଥା କରିବା ପଛରେ ଡିଆଇଜି ଶ୍ରୀ ଅହମ୍ମଦଙ୍କ ହାତ ରହିଛି। ସ୍ୱାଭିମାନ ଅଂଚଳରେ ଚାରୋଟି ନୂତନ ଏୟାରଟେଲ ଟାଓ୍ଵାର ନିର୍ମାଣ ହୋଇପାରିଛି। ସୁରକ୍ଷାକୁ କଡାକଡି କରିବାରୁ ଏଠାରେ ରାସ୍ତା ପହଞ୍ଚିପାରିଛି। ଆଗକୁ ଡାକ୍ତର ଆସିବେ, ସ୍କୁଲ ଖୋଲିବ ବୋଲି ଶ୍ରୀ ଅହମ୍ମଦ ପ୍ରକାଶ କରିଛନ୍ତି। ଦିନ ଥିଲା ଏଠାରେ ନକ୍ସଲଙ୍କର ରାଜ ଚାଲିଥିଲା। କିନ୍ତୁ ଆଜି ଏଠାରେ ପୁଲିସର ରାଜ ଚାଲିଛି। ନକ୍ସଲ ପୁଲିସର ବିରୋଧରେ ଲୋକଙ୍କୁ ଏଠାରେ ମତାଉଥିଲେ। ଲୋକେ ମଧ୍ୟ ବାଧ୍ୟ ହୋଇ ଶୁଣୁଥିଲେ। କିନ୍ତୁ ଏବେ ଲୋକେ ନିଜ ପାଖରେ ପୁଲିସକୁ ପାଇ ପୁଲିସର ବ୍ୟବହାରକୁ ଜାଣିବା ପରେ ଖୁସି ମନାଇଛନ୍ତି। ସେମାନେ ଜାଣିପାରିଛନ୍ତି ଯେ ନକ୍ସଲ ସେମାନଙ୍କ ପାଇଁ କେବେ ମଧ୍ୟ ବିକାଶର ମାର୍ଗ ନୁହନ୍ତି। କେବଳ ପ୍ରଶାସନ ହିଁ ବିକାଶର ମାର୍ଗ। ଆଜି ସ୍ୱାଭିମାନ ଅଂଚଳରେ ରାସ୍ତା, ପାନୀୟ ଜଳ, ସ୍କୁଲ, ସ୍ୱାସ୍ଥ୍ୟ ପହଞ୍ଚି ପାରିଛି। ଲୋକେ ଏହାର ଫାଇଦା ଉଠାଉଛନ୍ତି।

Leave A Reply

Your email address will not be published.