ସଲମାନ ଓ ଚିରଞ୍ଜିବୀଙ୍କ ଆଗାମୀ ଫିଲ୍ମ ଦେଖିବାକୁ ପାଇବେ ଓଟିଟି ପ୍ଲାଟ୍‌ଫର୍ମରେ; ଏତିକି କୋଟି ଦେଇ କିଣିଲା ନେଟ୍‌ଫ୍ଲିକ୍ସ

0

କରୋନା ପରେ ଏବେ ଅଧିକାଂଶ ଦର୍ଶକ ହଲ୍‌କୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଅନେକ ଘରେ ବସି ସିନେମା ଦେଖିବାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ବିଭିନ୍ନ ଓଟିଟି ପ୍ଲାଟ୍‌ଫର୍ମ ଏବେ ଡିମାଣ୍ଡରେ ରହିଛି । ଓଲିଉଡ୍‌, ବଲିଉଡ୍ ଏବଂ ଟଲିଉଡ୍‌ର ଅନେକ ପ୍ରଯୋଜକ ଓଟିଟିରେ ସେମାନଙ୍କ ଫିଲ୍ମ ରିଲିଜ୍ କରୁଛନ୍ତି ।

ଇତିମଧ୍ୟରେ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶୁଣାଯାଉଛି ସାଉଥ୍‌ଷ୍ଟାର୍ ଚିରଞ୍ଜିବୀ ଓ ସଲମାନ୍ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଗଡଫାଦରକୁ ଦର୍ଶକ ଓଟିଟିରେ ଦେଖିବାକୁ ସୁଯୋଗ ପାଇବେ । ନେଟ୍‌ଫ୍ଲିକ୍ସ ଏହାକୁ ୫୭ କୋଟି ଟଙ୍କାରେ କିଣିଥିବା ଖବର ଆସିଛି । ଦଶହରାରେ ଏହା ଶୁଭମୁକ୍ତି କରିପାରେ ।

ଗଡଫାଦରରେ ସଲମାନ୍ ଏକ ଦମ୍‌ଦାର୍ ଭୂମିକାରେ ନଜର ଆସିବେ । ସେ ଚିରଞ୍ଜିବୀଙ୍କ ସାନଭାଇ ଭାବେ ଅଭିନୟ କରିଛନ୍ତି । ଏହା ଏକ ସୁପର ଡୁପର ଆକ୍ସନ ଡ୍ରାମା ଫିଲ୍ମ । ମାଲାୟାଲମ୍ ଚଳଚ୍ଚିତ୍ର ଲୁସିଫରର ଏକ ରିମେକ୍ ବୋଲି କୁହାଯାଉଛି । ତେବେ ସେ ଯାହା ବି ହେଉନା କାହିଁକି ଦର୍ଶକ ଏହି ହାଇଡ୍ରାମା ଫିଲ୍ମକୁ ଦେଖିବା ପାଇଁ ଚାତକ ଭଳି ଚାହିଁ ବସିଛନ୍ତି । ସଲମାନ୍ ପ୍ରଥମ ଥର ଲାଗି ତେଲୁଗୁ ଫିଲ୍ମରେ ଅଭିନୟ କରିଥିବାରୁ ତାଙ୍କ ଫ୍ୟାନ୍‌ମାନେ ବି ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି ।

ଚଳଚ୍ଚିତ୍ରଟି ୫ ଅକ୍ଟୋବର ୨୦୨୨ରେ ବଡ଼ ପରଦାରେ ମୁକ୍ତିଲାଭ କରିବ । ସେହିଭଳି ଓଟିଟିରେ ଏହା ଉଭୟ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ଦର୍ଶକ ଦେଖିବାକୁ ପାଇବେ । ଏବେ ଦେଖିବାକୁ ବାକି ରହିଲା ଫିଲ୍ମଟି କିଭଳି କାରବାର କରୁଛନ୍ତି ଏବଂ ଦର୍ଶକ ଏହାକୁ କିଭଳି ଭାବେ ପସନ୍ଦ କରୁଛନ୍ତି ।

SOA post below
Leave a comment