ଦିଲ୍ଲୀପ ବିଶୋୟୀ ପରବର୍ତ୍ତୀ ରାଜ୍ୟ ସୂଚନା କମିଶନର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ ରାଜ୍ୟ ସୂଚନା କମିଶନର ସଦସ୍ୟ ଭାବେ ନିଯୁକ୍ତି ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୂଚନା କମିଶନର ଚୟନ ବୈଠକରେ ଦିଲ୍ଲୀପଙ୍କ ନାମରେ ମୋହର ବାଜିଥିବା ଜଣାପଡ଼ିଛି। ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ଯୋଗଦେଇଥିଲେ। ନିଷ୍ପତ୍ତିକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଶ୍ରୀ ବିଶୋୟୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୮ ମସିହା ମାର୍ଚ୍ଚ ମାସ ୧୮ ତାରିଖରେ ରାଜ୍ୟ ସରକାର ୩ଟି ସୂଚନା କମିଶନର ପଦବୀ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ବର୍ତ୍ତମାନ ରାଜ୍ୟ ସୂଚନା କମିଶନର ଅଧ୍ୟକ୍ଷ ଭାବେ ସୁନୀଲ ମିଶ୍ର ଓ ସଦସ୍ୟ ଭାବେ ବାଳକୃଷ୍ଣ ମହାପାତ୍ର କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.