2020 ଦିଲ୍ଲୀପଙ୍କ ପାଇଁ ଶୁଭ !

0

ଓଡିଶା ଫାଷ୍ଚ( ବ୍ୟୁରୋ): ହେବିଓ୍ୱେଟ ନେତା ଦିଲ୍ଲୀପ ରାୟ ପୁଣି ଚର୍ଚ୍ଚାରେ । ଗୋପାଳପୁର ବେଳଭୂମି ମହୋତ୍ସବରେ ନବୀନଙ୍କ ପ୍ରଶଂସା କରି  ରାଜନୀତିରେ ତାଙ୍କର ଉପସ୍ଥିତିକୁ ଜାହିର କରିଛନ୍ତି ।  ନଜିର ରହିଛି ଯେ ନବୀନଙ୍କ ଗୁଣଗାନ ଯିଏ କରିଛି ସେ ଫାଇଦାରେ ରହିଛି । ଏହି ଦୃଷ୍ଟିରୁ ସେ ରାଜ୍ୟସଭା କୁ ଯାଇପାରନ୍ତି । 2020ରେ 4ଟି ରାଜ୍ୟସଭା ଆସନ ଖାଲି ହେଉଛି । ଏହି 4 ଟି ଆସନ ମଧ୍ୟରୁ ଗୋଟିଏ ଆସନରୁ ଦିଲ୍ଲୀପଙ୍କୁ ପଠାଇବେ ବୋଲି ଜଣାପଡ଼ିଛ । ସଂଖ୍ୟା ଦୃଷ୍ଟିରୁ4 ଟି ଆସନ ବିଜେଡ଼ି ଖାତାକୁ ଯିବ । ତେଣୁ ଦଳ ଦିଲ୍ଲୀପଙ୍କୁ ପଠାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଖାସ ସେଥିଲାଗି ଦିଲ୍ଲୀପ ନବୀନଙ୍କ ଏପରି ପ୍ରଶଂସା କରିଥିବା କଥା ବି ଚର୍ଚ୍ଚା ହେଉଛି । ଦିଲ୍ଲୀପ ଗୋପାଳପୁରରେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ଯୋଗୁଁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ବିଶ୍ୱକପ ହକି ଓଡିଶାରେ ସଫଳତା ସହ ହୋଇପାରିଲା ଏବଂ ଆଗକୁ ମଧ୍ୟ 2023 ରେ ଅନ୍ୟ ଏକ ହକି ବିଶ୍ୱକପର ସଂସ୍କରଣ ହେବାକୁ ଯାଉଛି ବୋଲି ଗୋପାଳପୁର ବେଳାଭୁମି ମହୋତ୍ସବରେ କହିଛନ୍ତି ଦିଲ୍ଲୀପ । ବିଶ୍ୱ ଦରବାରରେ ଓଡ଼ିଶାର ଐତିହ୍ୟ କଳାକୁ ପ୍ରତିଷ୍ଠିତ କରାଇବା ସହ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ଓ କୋଣାର୍କ ପାଇଁ ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ତାକୁ ରାଜ୍ୟବାସୀ ଓ ଜଗନ୍ନାଥପ୍ରେମୀ ଭୁଲିପାରିବେ ନାହିଁ ବୋଲି କହିଛନ୍ତି ଦିଲ୍ଲୀପ ରାୟ ।

Leave A Reply

Your email address will not be published.