ଭିନ୍ନକ୍ଷମ ହୋଇ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଦୃଢ଼ ଇଚ୍ଛା ଶକ୍ତି ଆଉ ଅଦମ୍ୟ ସାହସ ଆଗରେ ହାର ମାନେ ଶାରୀରିକ ଅକ୍ଷମତା ।ଭିନ୍ନକ୍ଷମ ହରାଇ ପାରିନି ତାଙ୍କ ମନୋବଳକୁ । ଅଳ୍ପ ବୟସରେ ଦିବ୍ୟଙ୍ଗ ହୋଇ ମଧ୍ୟ ପରିବାରର ବୋଝ ନିଜ କାନ୍ଧରେ ନେଇଛନ୍ତି ସେ । ଗୋଡ଼ ନଥାଇ ମଧ୍ୟ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜନ୍ମ ରୁ ଗୋଡ଼ ନାହିଁ କିନ୍ତୁ ଅଟୋ ଚଳାଇ ଠିଆ ହୋଇଛନ୍ତି ଏହି ସମାଜରେ । ହାତ ଗୋଡ଼ ଥାଇ ବି ହାର ମାନି ଯାଉଛନ୍ତି ଆଜି କାଲିର ଯୁବ ସମାଜ କିନ୍ତୁ ଦିବ୍ୟଙ୍ଗ ହୋଇ ମଧ୍ଯ ଏକ ସୁନେଲି ସ୍ୱପ୍ନର ସନ୍ଧାନରେ ଏହି ଦିବ୍ୟଙ୍ଗ ।

ଜୟପୁରର କୁନ୍ତରଖାଲର ଟୁକୁନା ହରିଜନ । ଛୋଟ ଥିଲା ବେଳେ ଏକ ଅଜଣା ରୋଗରେ ପୀଡିତ ହୋଇ କଟିଗଲା ଦୁଇ ଗୋଡ଼। କିନ୍ତୁ ହାର ମାନିଲେ ନାହିଁ ଟୁକୁନା ଅଟୋ ଚଳାଇ ପରିବାରର ରୋଜଗାରକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବାରେ ଆଗେଇ ଆସିଛନ୍ତି । ଦିନକୁ ପ୍ରାୟ 200 ରୁ 300 ଟଙ୍କା ପର୍ଯ୍ୟନ୍ତ ସେ ରୋଜଗାର କରି ପାରୁଛନ୍ତି । ସେହି ଅଟୋ ରୋଜଗାରରେ ଚଳି ଆସୁଛି ତାଙ୍କର ଦୁଃଖ ସୁଖର ସଂସାର । ଘରେ ଦୁଇ ଭଉଣୀ ଆଉ ମା କୁଲି କରି ଚଳୁଥିବା ବେଳେ ସେମାନଙ୍କ ପାଇଁ ସେ ଦୁଇ ପଇସା ରୋଜଗାର କରୁଛନ୍ତି ଏବଂ ପେଟକୁ ଦାନା ଯୋଗାଇ ପାରୁଛନ୍ତି । ଘରଟିଏ ବି ତାଙ୍କର ନାହିଁ ସରକାରଙ୍କ ଠାରୁ ମିଳୁଛି ମାତ୍ର 500 ଟଙ୍କା ଭତ୍ତା କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ । ସରକାର ତରଫରୁ ସେ ଏକ ଅଟୋ ଏବଂ ଘରଟିଏ ମିଳିଲେ ଖୁସି ହୋଇଥାନ୍ତେ ବୋଲି କୋହ ଭରା କଣ୍ଠରେ କହିଛନ୍ତି ।
ପ୍ରଥମେ ସେ ସାଙ୍ଗଙ୍କ ସହ ଅଟୋରେ ଯାଇ ଅଟୋ ଚଲେଇବା ଶିଖିଲେ ଏବଂ ଧୀରେ ଧୀରେ ସେ ଅଟୋ ଚଲେଇବାରେ ମାହୀର ହେଲେ । ଅକ୍ଷମତା ତାଙ୍କର ଥିଲେ ବି ସେ ପଛକୁ ବୁଲି ଦେଖି ନାହାନ୍ତି । ସେ ଅନ୍ୟଙ୍କ ପାଇଁ ଏକ ଉଦାହରଣ ଏବଂ ସାହସର ଉତ୍ସ କହିଲେ ଅତୁକ୍ତି ହେବ ନାହିଁ । ଭିନ୍ନକ୍ଷମ ହୋଇ ଥିବାରୁ ଅଟୋ ଚଳାଇବା ପାଇଁ ତାଙ୍କ ଲାଇସେନ୍ସ ବି ନାହିଁ ସରକାର ଏକ ଘର ଏବଂ ତାଙ୍କୁ ଏକ ଅଟୋ କରିଦେଲେ ଭଲ ହୋଇଥାନ୍ତା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଭିନ୍ନକ୍ଷମ ହରାଇ ପାରିନି ତାଙ୍କ ମନୋବଳ କୁ । ଅଳ୍ପ ବୟସରେ ଦିବ୍ୟଙ୍ଗ ହୋଇ ମଧ୍ୟ ପରିବାର ର ବୋଝ ନିଜ କାନ୍ଧ ରେ ନେଇଛନ୍ତି ସେ । ଗୋଡ଼ ନଥିଲେ ବି ସେ ପରିଚୟ ସୃଷ୍ଟି କରିଛନ୍ତି । ଜନ୍ମ ରୁ ଗୋଡ଼ ନାହିଁ କିନ୍ତୁ ଅଟୋ ଚଳାଇ ଠିଆ ହୋଇ ଛନ୍ତି ଏହି ସମାଜ ରେ । ଏଠି ହାତ ଗୋଡ଼ ଥାଇ ବି ହାର ମାନି ଯାଉଛନ୍ତି ଯୁବ ସମାଜ କିନ୍ତୁ ଦିବ୍ୟଙ୍ଗ ହୋଇ ଏକ ସୁନେଲି ସ୍ୱପ୍ନ ର ସନ୍ଧାନ ରେ ଏହି ଦିବ୍ୟଙ୍ଗ ।
ଜୟପୁର ର କୁନ୍ତରଖାଲ ର ଟୁକୁନା ହରିଜନ । ଛୋଟ ଥିଲା ବେଳେ ଏକ ଅଜଣା ରୋଗରେ ପୀଡିତ ହୋଇ କଟିଗଲା ଦୁଇ ଗୋଡ଼। କିନ୍ତୁ ହାର ମାନିଲେ ନାହିଁ ଟୁକୁନା ଅଟୋ ଚଳାଇ ପରିବାର ର ରୋଜଗାର କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ରେ ଆଗେଇ ଆସିଛନ୍ତି । ଦୃଢ଼ ଇଚ୍ଛା ଶକ୍ତି ଆଉ ଅଦମ୍ୟ ସାହସ ଆଗରେ ହାର ମାନି ଛି ଶାରୀରିକ ଅକ୍ଷମତା ।ଦିନକୁ ପ୍ରାୟ 200 ରୁ 300 ଟଙ୍କା ପର୍ଯ୍ୟନ୍ତ ସେ ରୋଜଗାର କରି ପାରୁଛନ୍ତି । ସେହି ଅଟୋ ରୋଜଗାର ରେ ଚଳି ଆସୁଛି ତାଙ୍କର ଦୁଃଖ ସୁଖ ର ସଂସାର । ଘରେ ଦୁଇ ଭଉଣୀ ଆଉ ମା କୁଲି କରି ଚଳୁଥିବା ବେଳେ ସେମାନଙ୍କ ପାଇଁ ସେ ଦୁଇ ପଇସା ରୋଜଗାର କରୁଛନ୍ତି ଏବଂ ପେଟ କୁ ଦାନା ଯୋଗାଇ ପାରୁଛନ୍ତି । ଘର ଟିଏ ବି ତାଙ୍କର ନାହିଁ ସରକାର ଙ୍କ ଠୁ ମିଳୁଛି ମାତ୍ର 500 ଟଙ୍କା ଭତା କିନ୍ତୁ ତାହା ସମୁଦ୍ର କୁ ଶଙ୍ଖେ । ସରକାର ତରଫରୁ ସେ ଏକ ଅଟୋ ଏବଂ ଘର ଟିଏ ମିଳିଲେ ଖୁସି ହୋଇ ଥାନ୍ତେ ବୋଲି କୋହ ଭରା କଣ୍ଠ ରେ କହିଛନ୍ତି ।
ପ୍ରଥମେ ସେ ସାଙ୍ଗ ଙ୍କ ସହ ଅଟୋ ରେ ଯାଇ ଅଟୋ ଚଲେଇବା ଶିଖିଲେ ଏବଂ ଧୀରେ ଧୀରେ ସେ ଅଟୋ ଚଲେଇବା ରେ ମାହୀର ହେଲେ । ଅକ୍ଷମତା ତାଙ୍କର ଥିଲେ ବି ସେ ପଛକୁ ବୁଲି ଦେଖି ନାହାନ୍ତି । ଅନ୍ୟଙ୍କ ପାଇଁ ଏକ ଉଦାହରଣ ଏବଂ ସାହସ ର ପରିଚୟ କହିଲେ ଅତୁକ୍ତି ହେବ ନାହିଁ । ଭିନ୍ନକ୍ଷମ ହୋଇ ଥିବାରୁ ଅଟୋ ଚଳାଇବା ପାଇଁ ତାଙ୍କ ଲାଇସେନ୍ସ ବି ନାହିଁ ସରକାର ଏକ ଘର ଏବଂ ତାଙ୍କୁ ଏକ ଅଟୋ କରିଦେଲେ ଭଲ ହୋଇଥାନ୍ତା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.