୨୯ରେ ଜିଲ୍ଲା ଜଜ୍ ନିଯୁକ୍ତି ପାଇଁ ପରୀକ୍ଷା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆସନ୍ତା ନେଭମ୍ବର ୨୯ରେ ଜିଲ୍ଲା ଜଜ୍ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଟକ କ୍ୟାଣ୍ଟନମେଣ୍ଟ ରୋଡ଼ କେମ୍ବ୍ରିଜ ସ୍କୁଲରେ ଏହି ପରୀକ୍ଷା ହେବ । ଯୋଗ୍ୟ ପ୍ରାର୍ଥୀଙ୍କ ଆଡମିଟ କାର୍ଡ ସେମାନଙ୍କ ନିକଟକୁ ପଠାଇ ଦିଆଯାଇଛି । ପ୍ରାର୍ଥମାନେ www.orissahighcourt.nic.in ରେ ଲଗ୍ ଇନ୍ କରି ପରୀକ୍ଷା ସମୟ ଓ ଅନ୍ୟ ବିସ୍ତୃତ ବିବରଣୀ ଜାଣିପାରିବେ ।

Leave A Reply

Your email address will not be published.