୧୪ରୁ ଆରମ୍ଭ ହେବ ଡିଏଲ ସ୍କିଲ ଟେଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୪ରୁ ଆରମ୍ଭ ହେବ ଡିଏଲ ସ୍କିଲ ଟେଷ୍ଟିଂ । ୧୪ ତାରିଖରେ ଦିନ ୧୧ଟାରୁ ସ୍ଲଟ ବୁକିଂ ହେବ ଏବଂ ରାତି ୧୦ ଯାଏଁ ସ୍ଲଟ ବୁକିଂ କରିପାରିବେ ଆବେଦନକାରୀ । ତେବେ ତା’ପରଦିନ ଠାରୁ ସକାଳ ୭ରୁ ରାତି ୧୦ ଯାଏଁ ଡିଏଲ୍ ପରୀକ୍ଷା ପାଇଁ ଅନଲାଇନ ସ୍ଲଟ ବୁକିଂ କରିହେବ । ଏନେଇ ଏସ୍ଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ତେବେ ଡିଏଲ୍ ସ୍କିଲ ଟେଷ୍ଟ ପାଇଁ ଆସୁଥିବା ଆବେଦନକାରୀଙ୍କ ପାଇଁ କେତେକ କଟକଣା ମଧ୍ୟ ଜାରି କରାଯାଇଛି । ଡିଏଲ୍ ଟେଷ୍ଟ ସେଂଟରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଟେଷ୍ଟିଂ ସେଣ୍ଟରକୁ କେବଳ ଆଦେନକାରୀ ହିଁ ଯାଇପାରିବେ।
ସେହିପରି କଂଟେନମେଣ୍ଟରୁ ଜୋନରୁ ଆସୁଥିବା ଲୋକଙ୍କୁ ଟେଷ୍ଟିଂ ମନା ହୋଇଛି । ଆବେଦନକାରୀ ଏକା ଆସିବେ, ସାଙ୍ଗରେ ସମ୍ପର୍କିୟଙ୍କୁ ଆଣିବାକୁ ମନା ହୋଇଛି । ଏଥିସହ କୋଭିଡ ଲକ୍ଷଣ ଥିଲେ ଟେଷ୍ଟି ପାଇଁ ନଆସିବାକୁ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୫ମାସରୁ ଉର୍ଦ୍ଧ୍ୱ ଦିନ ହେବ କୋଭିଡ ଓ ଲକଡାଉନ ଯୋଗଁ ଡିଏଲ୍ ଏବଂ ଏଲ୍ଏଲ୍ ସ୍କିଲ ଟେଷ୍ଟିଂ ବନ୍ଦ ଥିଲା । ସେହିପରି ଯେଉଁ ଲର୍ଣ୍ଣିଂ ଲାଇସେନ୍ସର ଅବଧି ମାର୍ଚ୍ଚ ୧୮ରେ ଶେଷ ହୋଇଥିଲା ସେହିସବୁର ଅବଧିକୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲାଇସେନ୍ସ ଲାଗି ବର୍ତ୍ତମାନ କେବଳ ଟେଷ୍ଟ ରିଟେଷ୍ଟ କରାଯିବ।

Leave A Reply

Your email address will not be published.