ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହିକାମ; ନହେଲେ ଘରେ ସବୁବେଳେ ଦେଖାଯିବ ଅସୁବିଧା

ସବୁ ମଣିଷ ଚାହିଁଥାଆନ୍ତି କି ତାଙ୍କ ଜୀବନ ରେ କେବେ ହେଲେ ମଧ୍ୟ ଧନର ଅଭାବ ନହେଉ କିନ୍ତୁ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଧାର୍ମିକ ଶାସ୍ତ୍ରରେ ଦାନ ପୁଣ୍ୟ କୁ ନେଇ କେତେ ନିୟମ ମଧ୍ୟ କୁହାଯାଇଛି, ଯେମିତି ଖାଲି ଲାଭ ପାଇବା ପାଇଁ ବ୍ୟକ୍ତିକୁ ଦାନ କରିବା ଅନୁଚିତ ଓ ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ପରେ ନଖ କାଟିବା ଅଥବା ଝାଡୁ ମାରିବା ଅଶୁଭ ବୋଲିମାନନ୍ତି । ତେବେ ଆସନ୍ତୁ ଜାଣିବା…
ସୂର୍ଯ୍ୟାସ୍ତ ପରେ କ୍ଷୀର ର ଦାନ :-
ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ସମୟରେ କ୍ଷୀର ର ଦାନ କରିବା ଅନୁଚିତ । ମାନ୍ୟତା ଅଛି କି ସୂର୍ଯ୍ୟ ଓ ଚନ୍ଦ୍ର ଦୁଇଜଣ କ୍ଷୀର ସହିତ ସମ୍ବନ୍ଧ ରଖିଥାଆନ୍ତି । ଏହାଛଡା ସୂର୍ଯ୍ୟାସ୍ତ ପରେ ଅଥବା ରାତିରେ କାହାକୁ କ୍ଷୀର ର ଦାନ କଲେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଦୁଇଜଣ ରୁଷ୍ଟ ହୋଇଯାଇଥାଆନ୍ତି ଓ ଏହାର ପ୍ରଭାବରେ ଆମର ସୁଖ-ସୌଭାଗ୍ୟ ଉପରେ ବିପରୀତ ପ୍ରଭାବ ପଡିଥାଏ ।
ନଖ କାଟିବା:-
ଜ୍ୟୋତିଷ ବିଜ୍ଞାନ ଅନୁସାରେ ସୂର୍ଯ୍ୟ ଅସ୍ତ ହେବା ପରେ ନଖ କାଟିବା ଅଶୁଭ ଅଟେ । ଏମିତି କଲେ ଘରକୁ ଲକ୍ଷ୍ମୀ ଆସନ୍ତି ନାହିଁ ଓ ପରିବାର ସଦସ୍ୟ ଙ୍କ ରୋଗର କାରଣ ମଧ୍ୟ ହୋଇଥାଏ ।
ବେଡ଼ରୁମ ରେ ଅଇଁଠା ବାସନ ରଖିବା :-
ବାସ୍ତୁ ଅନୁସାରେ ବେଡ଼ରୁମ ରେ କେବେ ହେଲେ ମଧ୍ୟ ଅଇଁଠା ବାସନ ରଖିବା ଅନୁଚିତ । ଏହା ଘରେ କାଙ୍ଗାଳି ଆଣିବା ସହ ପରିବାର ସଦସ୍ୟ ଙ୍କ ରୋଗର କାରଣ ମଧ୍ୟ ହୋଇଥାଏ । ଏହା ସହିତ ସୂର୍ଯ୍ୟାସ୍ତ ପରେ କାହାକୁ ପଇସା ଦେବା, ସନ୍ଧ୍ୟାରେ ଝାଡୁ ମାରିବା, ସୂର୍ଯ୍ୟାସ୍ତ ସମୟରେ କିଛି ହେଲେ ମଧ୍ୟ ଖାଇବା ଓ ଶୋଇବା ଅନୁଚିତ ଅଟେ ।