ରବିବାର ଦିନ ଏହିସବୁ ଜିନିଷ ଖାନ୍ତୁ ନାହିଁ; ନହେଲେ ରାଗିଯିବେ ସୂର୍ଯ୍ୟଦେବ

0

ସୌର ମଣ୍ଡଳର ସମସ୍ତ ଗ୍ରହ ନିଜର ଉର୍ଜା ସୂର୍ଯ୍ୟ ଦେବ ଙ୍କ ଠାରୁ ହିଁ ଗ୍ରହଣ କରିଥାନ୍ତି । ଆମେ ଏହା ମଧ୍ୟ ଜାଣିଛୁ ଯେ ଆମ କୁଣ୍ଡଳୀ ରେ କୌଣସି ନା କୌଣସି ଗ୍ରହର ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଆମ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ । ଏଥିପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ ଯେପରି ଆମ ଗ୍ରହ ସର୍ବଦା ଶାନ୍ତ ରହୁ ବୋଲି । ଏଥିପାଇଁ ଆମେ ବୁଧବାର ଦିନ ବୁଧ ଗ୍ରହ, ଗୁରୁବାର ଦିନ ବୃହସ୍ପତି ଗ୍ରହ, ଶୁକ୍ରବାର ଦିନ ଶୁକ୍ର ଗ୍ରହ ଏବଂ ଶନିବାର ଦିନ ଭଗବାନ ଶନିଦେବ ଙ୍କ ଆରାଧନା କରିଥାଉ ।

କିନ୍ତୁ ଯେତେବେଳେ ରବିବାର ଦିନ ର କଥା ଉଠିଥାଏ ତେବେ ଆମେ ସେହି ଦିନକୁ କେବଳ ଛୁଟିର ଦିନ ବୋଲି ଭାବି ଆରାମ କରିଥାଉ । ରବିବାର ଦିନ ସୂର୍ଯ୍ୟଦେବଙ୍କ ବାର ବୋଲି ମାନା ଯାଇଥାଏ । କିନ୍ତୁ ରବିବାର ଦିନ ଏହିସବୁ ଜିନିଷ ଖାଇବା ଉଚିତ ନୁହେଁ ବୋଲି କୁହାଯାଇଛି:

– ମସୁର ଡାଲି: ଶାସ୍ତ୍ର ଅନୁସାରେ ରବିବାର ଦିନ ମସୁର ଡାଲି ଖାଇବା ଆଦୋୖ ଉଚିତ ନୁହେଁ । ଏହାକୁ ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀ ରେ ଦେଖା ଯାଇଥାଏ । ରବିବାର ସୂର୍ଯ୍ୟ ଦେବ ଙ୍କ ଦିନ ଅଟେ । ତେଣୁ ସୂର୍ଯ୍ୟ ଦେବ ଙ୍କ ଉପାସକ ମାନେ ଏହି ଦିନ ମସୁର ଡାଲି ଖାଇବା ଅନୁଚିତ ଅଟେ ।

– ପିଆଜ ଓ ରସୁଣ : ଏହା ତାମସିକ ଭୋଜନ ଅଟେ । ତେଣୁ ଏହି ଦିନ ପିଆଜ ଓ ରସୁଣ ର ସେବନ କରିବା ଅନୁଚିତ । ଏହା ସହିତ ‘ନାଲି ଶାଗ’ ମଧ୍ୟ ସେବନ କରିବା ଉଚିତ ନୁହେଁ । କାରଣ ଏହା ଶୀଘ୍ର ଉଠି ଶୀଘ୍ର ନଷ୍ଟ ହୋଇଯାଏ । ତେଣୁ ଅଳ୍ପ ଆୟୁ ଥିବା ଏହି ଶାଗ ର ସେବନ କରିବା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଅଟେ ।

– ମାଛ: ଶାସ୍ତ୍ର ଅନୁସାରେ ଆମିଷ ର ସେବନ କୁ ସମ୍ପୂର୍ଣ୍ଣ ରୂପରେ ଅନୁଚିତ ବୋଲି କୁହା ଯାଇଛି । କିନ୍ତୁ ଯେଉଁ ବ୍ୟକ୍ତି ଆମିଷ ଖାଆନ୍ତି, ସେମାନେ ରବିବାର ଦିନ ମାଛର ସେବନ କରନ୍ତୁ ନାହିଁ ।

– ରାଶି ତେଲ: ରବିବାର ଦିନ ସୂର୍ଯ୍ୟ ଦେବ ଙ୍କୁ ରାଶି ତେଲ ଅର୍ପଣ କରନ୍ତୁ କିନ୍ତୁ କୌଣସି ଭୋଜନ ରେ ଏହାର ଉପଯୋଗ ବା ସେବନ କରନ୍ତୁ ନାହିଁ । ଯଦି ଆପଣ ସୁସ୍ଥ ଓ ନିରୋଗ ରହିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ଲୁଣ ଓ ରାଶିତେଲ ଭୋଜନ ରେ ଉପଯୋଗ କରନ୍ତୁ ନାହିଁ ।

SOA post below
Leave a comment