ଛୋଟ ଛୋଟ କଥାରେ କ୍ରୋଧ ଆସୁଛି କି ? ଆପଣାନ୍ତୁ ଏହି ଉପାୟ ଦୂର ହୋଇଯିବ ଏହି ସମସ୍ୟା

0

କ୍ରୋଧ ସ୍ୱାସ୍ଥ୍ୟ ପାଇଁ ଯେତିକି କ୍ଷତିକାରକ ତାହା ସମ୍ପର୍କ ପାଇଁ ମଧ୍ୟ ସେତିକି ଖରାପ । କ୍ରୋଧୀ ବ୍ୟକ୍ତି ଠିକ ଭାବେ ନିଜ ଲୋକଙ୍କ ସହ ସମ୍ପର୍କ ରଖିପାରନ୍ତି ନାହିଁ । କ୍ରୋଧର ଅନେକ କାରଣ ଥିଲେ ମଧ୍ୟ କାମର ଚାପ ଓ ଆର୍ଥିକ ସଂକଟ ମନୁଷ୍ୟକୁ ଚିଡ଼ଚିଡ଼ା କରିଦେଇଥାଏ । ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ବହୁ ସମୟରେ ଆପଣ ଚେଷ୍ଟା କରି ବି ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ ।

ବହୁ ସମୟରେ ଗ୍ରହ ଦୋଷ କାରଣରୁ ମନୁଷ୍ୟ ନିଜର କ୍ଷତି କରି ବସିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ସହଜ ଉପାୟ ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିଥାଏ । ଆସନ୍ତୁ ଜାଣିବା ଏହାର ସହଜ ଉପାୟ ।

କ୍ରୋଧ ଉପରେ କାବୁ ପାଇବାର ସହଜ ଉପାୟ :

-ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରୁ ଭଲ ସୁଗନ୍ଧ ଆସିଥାଏ, ତାହେଲେ ମନ ଶାନ୍ତ ରହିଥାଏ । ସକରାତ୍ମକ ବିଚାର ଦ୍ୱାରା ମନ ପ୍ରସନ୍ନ ରହିଥାଏ । ଫଳରେ କ୍ରୋଧ କମ ଆସିଥାଏ । ପ୍ରତିଦିନ ସୁଗନ୍ଧ ଓ ତାଜା ଫୁଲକୁ ନିଜ ରୁମରେ ରଖନ୍ତୁ ।

-ଘରେ ଲାଲ ରଂଗର ପ୍ରୟୋଗ ଅତି କମ କରନ୍ତୁ । ଲାଲ ରଂଗ କ୍ରୋଧ ବଢ଼ାଇଥାଏ । ଘରର ରଂଗ, ବେଡସିଟ, ପର୍ଦା ଓ କୁସନ କଭର ଆଦି ଲାଲ ରଂଗର ବ୍ୟବହାର କରନ୍ତୁ ନାହିଁ ।

-ଯେପରି ସବୁ ଦିନ ସୂର୍ଯ୍ୟଙ୍କୁ ଜଳ ଦେବା ଦ୍ୱାରା ଆତ୍ମା ସୁଦ୍ଧି ଓ ବଳ ପ୍ରାପ୍ତି ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ଦେବା ଦ୍ୱାରା ଆରୋଗ୍ୟ ମିଳିଥାଏ । ସବୁ ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢ଼ାଇବା ଦ୍ୱାରା କ୍ରୋଧ କମ୍‌ ହୋଇଥାଏ ।

-ବାସ୍ତୁ ଅନୁସାରେ ଘରେ ଯେଉଁ ବ୍ୟକ୍ତି ଅଧିକ କ୍ରୋଧ କରିଥାନ୍ତି ସେ ପ୍ରତିଦିନ ପୂର୍ବ ଦିଗରେ ଏକ ଦୀପ ପ୍ରତିଦିନ ଜଳାନ୍ତୁ ।

-ଭଲ ସଂଗୀତ ଶୁଣିବା ଦ୍ୱାରା ମଧ୍ୟ ଆପଣ କ୍ରୋଧକୁ କଣ୍ଟ୍ରୋଲ କରିପାରିବେ ।

SOA post below
Leave a comment