ଡାକ୍ତରଙ୍କ ଅବସର ବୟସ ସୀମା ୬୫କୁ ବୃଦ୍ଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡାକ୍ତରଙ୍କ ଅବସର ବୟସ ସୀମା ୬୨ ରୁ ୬୫କୁ ବୃଦ୍ଧି ପାଇଲା।କଟକ ଓ ଭୁବନେଶ୍ୱରରେ କରୋନା ସ୍ଥିତିର ସମୀକ୍ଷାକରିବା ଅବସରରେ ଓଡିଶା ସ୍ୱାସ୍ଥ୍ୟସେବା କ୍ୟାଡରର ଡାକ୍ତରମାନଙ୍କ ବୟସ ୬୨ରୁ ୬୫କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦% ଥିବାବେଳେ କଟକ ଜିଲ୍ଲାରେ ଏହା ୭୧ % ରହିଛି, ଯାହାକି ଜାତୀୟ ହାର ୬୩ %ରୁ ଅଧିକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର କୋଭିଡ ପରିଚାଳନା ଟିମକୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.