ଅଫିସରେ ଭାଇ ଡାକିଲେ ହେବ କାର୍ଯ୍ୟାନୁଷ୍ଠାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଫିସରେ ସିନିଅରମାନଙ୍କୁ ଭାଇ ଡାକିବା ମନା । ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ରତ୍ନାକର ରାଉତ ।

ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ରତ୍ନାକର ରାଉତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅଫିସ ସମୟ ମଧ୍ୟରେ ନିଜ ଉପରିସ୍ଥ ଅଫିସରଙ୍କୁ ଭାଇ ଡାକିବା ଓଡିଶା ସରକାରଙ୍କ କର୍ମଚାରୀ ଆଚରଣ ବିଧି ୧୯୫୯ର ଉଲ୍ଲଙ୍ଘନ କରୁଛି । ତେଣୁ ଅଫିସ ସମୟରେ ସବୁ କର୍ମଚାରୀ ସରକାରୀ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏହି ନିର୍ଦ୍ଦେଶକୁ କଡାକଡି ଭାବେ ଲାଗୁ କରାଯିବ ।ଏହାର ଉଲ୍ଲଙ୍ଘନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

Leave A Reply

Your email address will not be published.