ବୁଧବାର ଦିନ କିନ୍ନରଙ୍କୁ ଭୁଲରେ କରନ୍ତୁ ନାହିଁ ଅପମାନ, ନହେଲେ ଭୋଗିବେ ଏହି ଦଶା

0

ସପ୍ତାହର ୭ ଦିନର ଅଲଗା ଅଲଗା ମହତ୍ୱ ରହିଛି। ସାତ ଦିନରେ ଭଗବାନଙ୍କର ଅଲଗା ଅଲଗା ସ୍ୱରୂପକୁ ସମର୍ପଣ ଅଟେ। ଆଜି ଆମେ ଆଲୋଚନା କରିବା ବୁଧବାର ଦିନ ବିଷୟରେ। ବୁଧବାର ଦିନ ବୁଦ୍ଧିର ଦେବତା ଭଗବାନ ଗଣେଶଙ୍କୁ ସମର୍ପଣ ଅଟେ। ଏହି ଦିନ ଲୋକେ ଭଗବାନ ଗଣେଶଙ୍କର ମନ୍ଦିରକୁ ଯାଇ ମଦକ କିମ୍ବା ଲଡୁର ଭୋଗ ଅର୍ପଣ କରିଥାନ୍ତି। ନିଜ ଘରର ସୁଖ ସମୃଦ୍ଧିର କାମନା ବି କରିଥାନ୍ତି। ମାନ୍ୟତା ଅନୁସାରେ ବୁଧବାର ଦିନ ଏମିତି କିଛି କାର୍ଯ୍ୟ ଅଛି ଯାହା କରିବା ଉଚିତ ନୁହେଁ ନଚେତ ଜୀବନରେ କ୍ଳେଶ ବଢିଥାଏ। ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ କାମ କରିବା ଉଚିତ ନୁହେଁ।

-ଐଶାନ୍ୟ ଦିଗ, ଉତ୍ତର ଦିଗ ଏବଂ ପଶ୍ଚିମ ଦିଗକୁ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ।

-ଏହି ଦିନ କାହାରିକୁ ବି ଧନ ଉଧାରରେ ଦିଅନ୍ତୁ ନାହିଁ।

-ଯେଉଁ ସ୍ତ୍ରୀଙ୍କର କନ୍ୟା ସନ୍ତାନ ସେମାନେ ବୁଧବାର ଦିନ କେଶ ଧୁଅନ୍ତୁ ନାହିଁ। ଏହା ଦ୍ବାରା ଝିଅଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ।

-ବୁଧବାର ଦିନ କ୍ଷୀରକୁ ଅଧିକ ଗାଢ କରନ୍ତୁ ନାହିଁ କି ଏମିତି କୌଣସି ଜିନିଷ ପ୍ରସ୍ତୁତ କରନ୍ତୁ ନାହିଁ ଯେଉଁଥିରେ କ୍ଷୀର ଜଳିଯିବାର ସମ୍ଭାବନା ରହିଛି।

-ବୁଧବାର ଦିନ କୌଣସି ଝିଅର ଅପମାନ କରନ୍ତୁ ନାହିଁ। ତା ସହିତ ଟୁଥପେଷ୍ଟ ସହିତ କୌଣସି ବି ଚୁଟି ଜଡିତ କୌଣସି ଜିନିଷ କିଣନ୍ତୁ ନାହିଁ। ଯେମିତି ପାନିଆ ବ୍ରସ ଇତ୍ୟାଦି।

-ବୁଧବାର ଦିନ ପାନ ଖାଇବା ଉଚିତ ନୁହେଁ। ମାନାଯାଇଥାଏ ବୁଧବାର ଦିନ ପାନ ଖାଇବା ଦ୍ୱାରା ଧନର ହ୍ରାସ ହୋଇଥାଏ।

-ବୁଧବାର ଦିନ ଭୁଲରେ ମଧ୍ୟ କୌଣସି କିନ୍ନରର ଅପମାନ କରନ୍ତୁ ନାହିଁ। କାରଣ କିନ୍ନରଙ୍କ ସମ୍ବଦ୍ଧ ବୁଧ ଗ୍ରହ ସହିତ ରହିଛି। କିନ୍ନର ମାନଙ୍କର ଅପମାନ କରିବା ଦ୍ୱାରା ବ୍ୟକ୍ତିକୁ ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଏହି ଦିନ ତାଙ୍କୁ କିଛି ଦାନ କରନ୍ତୁ ଏହା ଦ୍ବାରା ଖୁସି ଆସିବ।

-ଏହି ଦିନ କଟୁ କଥା କୁହନ୍ତୁ ନାହିଁ। ଏମିତି କରିଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଜୀବନରେ ଧନ ସମ୍ବଦ୍ଧିତ ସମସ୍ୟା ଆରମ୍ଭ ହୋଇଯାଏ।

-ଏହି ଦିନ କଳା ରଙ୍ଗର କପଡ଼ା ପରିଧାନ କରନ୍ତୁ ନାହିଁ। ଖାସ କରି ମହିଳାମାନେ କଳା ଚୁଡ଼ି କଳା ଟିକିଲି ମଧ୍ୟ ପିନ୍ଧିବେ ନାହିଁ। ଏହି ଦିନ ଲାଲ କିମ୍ବା ସବୁଜ ରଙ୍ଗର କପଡ଼ା ପିନ୍ଧିବା ଉଚିତ।

SOA post below
Leave a comment