୨୦୨୧ ମଧ୍ୟଭାଗ ସୁଦ୍ଧା କୋଭିଡ୍ ଟୀକା ଆସିବା ନେଇ ସନ୍ଦେହ: ଡବ୍ଲ୍ୟୁଏଚ୍ଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ପ୍ରବକ୍ତା ମାର୍ଗାରେଟ୍ ହେରିସ୍ ଶୁକ୍ରବାର ସୂଚନା ଦେିଛନ୍ତି ଯେ, ଆଗାମୀ ବର୍ଷ ମଧ୍ୟଭାଗ ସୁଦ୍ଧା କୋଭିଡ୍ ଟୀକା ମିଳିବା ସମ୍ବନ୍ଧରେ ସନ୍ଦେହ ସୃଷ୍ଟି ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷଣ କରାଯାଇଥିବା ଟୀକାଗୁଡ଼ିକ ଅତିକମରେ ୫୦ପ୍ରତିଶତ ସ୍ତରରେ ପ୍ରଭାବକାରିତା ପ୍ରଦର୍ଶନ କରିପାରୁନାହିଁ। ରୁଷ୍ ପକ୍ଷରୁ ଏକ ଟୀକାର ମାନବ ପରୀକ୍ଷଣର ଦୁଇମାସରୁ କମ୍ ସମୟରେ, ଗତ ଅଗଷ୍ଟରେ ଏକ କୋଭିଡ୍ ଟୀକା ପ୍ରସ୍ତୁତି କରିଥିଲା ହେଲେ ପଶ୍ଚିମ ଦେଶଗୁଡ଼ିକର କିଛି ବିଶେଷଜ୍ଞ ଏହି ଟୀକାର ସୁରକ୍ଷା ଏବଂ ପ୍ରଭାବ ଉପରେ ପ୍ରଶ୍ନ ଉଠାଇଥିଲେ ବୋଲି ଡବ୍ଲ୍ୟୁଏଚଓ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.