ଯୌତୁକ ଜୁଇରେ ଚନ୍ଦ୍ରକାନ୍ତୀ

0

ଓଡ଼ିଶ ଫାଷ୍ଟ(ବ୍ୟୁରୋ): ଆଜିକାଲି ସାକ୍ଷର ଙ୍କ ସଂଖ୍ୟା ବଢ଼ିଛି ସତ କିନ୍ତୁ ଲୋକଙ୍କ ମନ ରେ ଥିବା କୁପ୍ରଥା ବଦଳି ପାରିନାହିଁ। କ୍ୟାନ୍ସର ରୋଗ ଯେପରି ଶରୀରରେ ନିଜର କାୟା ବିସ୍ତାର କରେ ସେହିପରି ଯୌତୁକ ନାମକ ବ୍ୟାଧି ଆମ ସମାଜରେ ନିଜ ଆଧିପତ୍ୟ ବିସ୍ତାର କରିଚାଲିଛି। ଯାହାର ପରିଣାମ ସ୍ୱରୂପ ଅନେକ ବଧୁ ଙ୍କୁ ନିଜ ଜୀବନ ହରିବାକୁ ପଡୁଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗର ଗାଁରେ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗର ଗାଁ ର ଦେବାଶିଷ ବାରିକଙ୍କୁ ୨୦୧୦ ମସିହାରେ ଚନ୍ଦ୍ରକାନ୍ତୀ ବାରିକ ବିବାହ କରିଥିଲେ। ମନରେ ଥିଲା ଅନେକ ସ୍ବପ୍ନ। ଭିବିଥିଲେ ସୁଖର ସଂସାର ଗଢିବେ। ମାତ୍ର ତାଙ୍କ ସ୍ୱପ୍ନ , ସ୍ବପ୍ନ ହୋଇ ରହିଗଲା। ୫୦ ହଜାର ଅଧିକ ଯୌତୁକ ଓ ବାଇକ ପାଇଁ ଚନ୍ଦ୍ରକାନ୍ତୀ ଙ୍କୁ ନିଜ ଜୀବନ ହରିବାକୁ ପଡିଛି।

ଚନ୍ଦ୍ରକାନ୍ତୀଙ୍କ ବୟାନ ମୁତାବକ “ତାଙ୍କ ସ୍ୱାମୀ ଶ୍ୱଶୁର ଓ ଶାଶୁ ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ”। ସେ ସାହାଯ୍ୟ ପାଇଁ ବାହାରକୁ ଦଉଡି ଆସିଥିଲେ ମଧ୍ୟ ସେତେ ବେଳ ଯାଇଁ ତାଙ୍କ ଶରୀରର ୯୦ ଭାଗ ପୋଡି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ କଲି ତାଙ୍କର ମୃତ୍ୟୁ ହୋଇଯାଇଛି। ଚନ୍ଦ୍ରକାନ୍ତୀଙ୍କ ପରିବାର ପକ୍ଷରୁ ଥାନାରେ ଏକ ହତ୍ୟା ମାମଲା ଦାୟର ହୋଇଛି।

Sikshaya
Leave A Reply

Your email address will not be published.