ଆସୁଛି ଦଶହରା; ବଦଳିବ ଏହି ୫ ଟି ରାଶିର ଭାଗ୍ୟ, ପଡିବ ମା’ ଲକ୍ଷ୍ମୀଙ୍କ କୃପା

ଦୀର୍ଘ ବର୍ଷ ର ଅପେକ୍ଷା ପରେ ଏହି ୫ଟି ରାଶି ର ଲୋକ ଙ୍କ ଉପରେ ଧନ ର ଦେବୀ ମାତା ଲକ୍ଷ୍ମୀ ଓ ମା ଦୁର୍ଗା ଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି । ଭାଗ୍ୟ ର ପୂର୍ଣ୍ଣ ସହଯୋଗ ପାଇବେ ଏବଂ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ଦୁର୍ଗା ଙ୍କ ପୂଜା ପରେ ଏହି ୫ଟି ରାଶି ଙ୍କ ଉପରେ ମାତା ଲଷ୍ମୀ ଙ୍କ କୃପା ଦୃଷ୍ଟି ପଡ଼ିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିରନ୍ତର ଗ୍ରହମାନଙ୍କ ପରିବର୍ତ୍ତନ ଲାଗି ରହିଥାଏ, ଯାହା ଦ୍ୱାରା ସମୟ ଅନୁସାରେ ମନୁଷ୍ୟ ଜୀବନରେ ଏହାର ପ୍ରଭାବ ପଡ଼ିଥାଏ । ମନୁଷ୍ୟ କେତେବେଳେ ଶୁଭ ଫଳ ପ୍ରାପ୍ତ କରିଥାଏ ତ’ କେତେବେଳେ ଅଶୁଭ ଫଳ ।
ଜ୍ୟୋତିଷ ଗଣନା ଅନୁସାରେ ଦୁର୍ଗା ପୂଜା ପରଠାରୁ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ପ୍ରାପ୍ତି ହେବାକୁ ଯାଉଛି । ଏହି ରାଶିମାନଙ୍କ ଉପରେ ବିଶେଷ ଶୁଭ ଫଳ ମିଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ୫ଟି ଭାଗ୍ୟଶାଳୀ ରାଶି ଙ୍କ ବିଷୟରେ
ମେଷ ରାଶି :-
ଦୁର୍ଗା ପୂଜା ପରଠାରୁ ମେଷ ରାଶି ର ଲୋକ ଙ୍କ ଉପରେ କୁବେର ଓ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ପ୍ରାପ୍ତି ହେବ । ସେୟାର ମାର୍କେଟ ରୁ ବିଶେଷ ରୂପେ ଲାଭବାନ ହୋଇପାରିବେ । ବ୍ୟବସାୟ ବୃଦ୍ଧି ର ଯୋଗ ରହିଛି ଓ ଦୁର ଯାତ୍ରା ର ମଧ୍ୟ ଯୋଗ ରହିଛି । କୌଣସି କ୍ଷେତ୍ର ରୁ ଆର୍ଥିକ ଲାଭବାନ ହେବାର ସୂଚନା ମିଳୁଛି । ଜୀବନ ରୁ ସବୁ ସମସ୍ୟା ଆପେ ଆପେ ଦୂର ହୋଇଯିବ ।
ବୃଷ ରାଶି :-
ବୃଷ ରାଶିର ଲୋକମାନଙ୍କ ଉପରେ ମା ଦୁର୍ଗା ଓ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ଦୃଷ୍ଟି ପଡିବାକୁ ଯାଉଛି । ଯାହାଦ୍ୱାରା ତାଙ୍କର ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି କରିବେ । ଆପଣ ନିଜ କାର୍ଯ୍ୟରେ ଇଚ୍ଛା ଅନୁସାରେ ଫଳ ପ୍ରାପ୍ତି କରିବେ । ଚାକିରୀ କ୍ଷେତ୍ରରେ ପ୍ରସନ୍ନ ରହିବେ ।
ତୁଳା ରାଶି :-
ତୁଳା ରାଶି ର ଲୋକମାନେ ଦୁର୍ଗା ପୂଜା ପରଠାରୁ ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ କରିବେ । ଚାକିରୀ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବିସ୍ତାର ହେବ । ଭାଗିଦାରୀ କାର୍ଯ୍ୟରେ ସହଯୋଗ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ ଓ ଧନ ପ୍ରାପ୍ତି ର ଯୋଗ ଦେଖାଯାଉଛି ।
ବିଛା ରାଶି :-
ଦୁର୍ଗା ପୂଜା ପରେ ବିଛା ରାଶି ର ଲୋକମାନଙ୍କ ଉପରେ କୁବେର ଓ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ପଡ଼ିବ । ବିଶ୍ୱକର୍ମା ପୂଜା ପରଠାରୁ ସେମାନଙ୍କ ଜୀବନ ଆନନ୍ଦ ରେ କଟିବ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ର ରେ ସଫଳତା ଅର୍ଜନ କରିବେ । ସଙ୍ଗୀତ ଓ ଚିତ୍ର ରେ ରଚନାତ୍ମକ ରୁଚି ବଢ଼ିବ । ଆମଦାନୀ ବୃଦ୍ଧି ହେବ ଓ ଘର ର ସମସ୍ୟା ଦୂର ହେବ ।
କୁମ୍ଭ ରାଶି:-
କୁମ୍ଭ ରାଶି ର ଲୋକମାନେ ମା ଦୁର୍ଗା ଓ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ପ୍ରାପ୍ତି କରିବେ । ଗୃହ ରେ ଶାନ୍ତି ର ବାତାବରଣ ବଜାୟ ରହିବ । ଆପଣଙ୍କୁ ଶୁଭ ଖବର ମିଳିବ । ରାଜନୈତିକ କ୍ଷେତ୍ର ରେ ସଫଳ ହେବେ, ଆର୍ଥିକ କ୍ଷେତ୍ର ରେ ଲାଭବାନ ହେବେ, ବ୍ୟାଙ୍କ ସହ ଜଡିତ ସବୁ କାମ ଅତି ସହଜରେ ସମ୍ପାଦନ କରିପାରିବେ । ଜୀବନ କୁ ଅତ୍ୟନ୍ତ ଖୁସି ରେ ଅତିବାହିତ କରିବେ ।