ଡା କ୍ରିଷ୍ଣ କୁମାର ଓ ଆର ବଲାକ୍ରୀଷ୍ଣାନଙ୍କ ପରିଦର୍ଶନ, ଖୁବଶୀଘ୍ର କୋଭିଡ 19 ହସ୍ପିଟାଲ ହେବ ଅଶ୍ୱିନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ-19 ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବଲୀଳା ରଚି ଚାଲିଛି । ଅନ୍ୟ ବଡ ବଡ ଦେଶରେ ନିଜର କାୟା ବିସ୍ତାର କରିଥିବା କରୋନା ଭାଇରସ ରୁ କିପରି ନିଜ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖାଯିବ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ନେଉଛନ୍ତି । ଆଗକୁ ଆସୁଥିବା ବିପଦର ଅନୁମାନ କରି ରାଜ୍ୟ ସରକାର, କିମ୍ସ ଓ ସମ ହସ୍ପିଟାଲର ମିଳିତ ଭାଗିଦାରୀରେ ୧୦୦୦ଟି ବେଡ଼ ବିଶିଷ୍ଟ ନୂତନ କୋଭିଡ-19 ହସ୍ପିଟାଲ ତିଆରି ଚାଲିଛି । ସେହିପରି ଆହୁରି କିଛି ଅତ୍ୟାଧୁନିକ ସୁବିଧାଥିବା ହସ୍ପିଟାଲରେ ମଧ୍ଯ କୋଭିଡ-19 ରୋଗୀଙ୍କୁ ରଖାଯିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।

ସୂଚନା ଅନୁଯାୟୀ, ଆଜି ପୂର୍ତ୍ତବିଭାଗ ସଚିବ ଡାକ୍ତର କ୍ରିଷ୍ଣ କୁମାର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବଲାକ୍ରୀଷ୍ଣାନ ଏବଂ କଟକ କଲେକ୍ଟର କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲ ପରିଦର୍ଶନ କରିଥିଲେ । ସେଠାରେ ଥିବା ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ଖୁବଶୀଘ୍ର ସେଠାରେ କୋଭିଡ-19 ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.