ବର୍ଷା ମୁକାବିଲା ପାଇଁ ସିଏମସିକୁ ୨୭୫ ମୋଟର ପମ୍ପ ଭରସା

0

କଟକ: କଟକ ସହରରେ ଆଜି ପର୍ଯ୍ୟନ୍ତ ଡ୍ରେନରୁ ପଙ୍କଉଦ୍ଧାର ହୋଇ ପାରିଲା ନାହିଁ । ଫଳରେ ଅସରାଏ ବର୍ଷାରେ କଟକ ସହରର ଅବସ୍ଥା ବେହାଲ ହୋଇ ପଡ଼ୁଛି । ଏବେ ମୌସୁମୀ ସକ୍ରିୟ ଥିବାବେଳେ ଲଘୁଚାପଜନିତ ବର୍ଷା ଯୋଗୁଁ ସହରରୁ ଜଳ ନିଷ୍କାସନରେ ବାଧକ ସାଜୁଛି । ଏ ନେଇ ସିଏମ୍‌ସି ତତ୍ୱରିତ ପଦକ୍ଷେପ ଗ୍ରହଣ ନକଲେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇଯିବ ବୋଲି କୁହାଯାଉଛି । ତେବେ ଅତ୍ୟଧିକ ବର୍ଷା ହେଲେ ୨୭୫ ମୋଟର ପମ୍ପ ଦ୍ୱାରା ବର୍ଷାଜଳ ନିଷ୍କାସନ କରିବା ପାଇଁ ସିଏମ୍‌ସି କର୍ତ୍ତୃପକ୍ଷ ଯୋଜନା କରିଛନ୍ତି । ବର୍ଷାଦିନ ପୂର୍ବରୁ ସହରରେ ଥିବା ଛୋଟବଡ଼ ଡ୍ରେନ୍‌ରୁ ପଙ୍କ ଉଦ୍ଧାର ଠିକ ଭାବେ ନହେବା ଯୋଗୁଁ ବଡ଼ବର୍ଷା ହେଲେ ସହରରୁ ଜଳ ନିଷ୍କାସନ ବାଧା ସୃଷ୍ଟି ହେବାର ଆଶଙ୍କାକୁ ଦ୍ୱିଗୁଣିତ କରିଛି । ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ଯୋଗୁଁ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ (ଏସଆର୍‌?ସି) ସତର୍କ ରହିବା ନିମନ୍ତେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ ଆୟୁକ୍ତଙ୍କୁ ଚିଠି କରିଛନ୍ତି । ବିଶେଷକରି ସହରାଞ୍ଚଳ ଓ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ସିଏମସି ପକ୍ଷରୁ କେବଳ ମୋଟର ପମ୍ପ ବ୍ୟବସ୍ଥା କରାଯାଇଛି । ସେହିପରି ବର୍ଷା ଜଳ ନିଷ୍କାସନରେ ବାଧା ଉପୁଜିଲେ ତୁରନ୍ତ ସଫେଇ କରିବା ପାଇଁ ଅଭିଯୋଗ ଦାଖଲ ନିମନ୍ତେ ଜାରି କରାଯାଉଥିବା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଆରମ୍ଭ ହୋଇନାହିଁ ।

Leave A Reply

Your email address will not be published.