ପୁଣି ଆରମ୍ଭ ହେବ ଲର୍ଣ୍ଣର୍‌ ଲାଇସେନ୍ସ ସ୍ଲଟ୍‌ ବୁକିଂ: ଜାଣନ୍ତୁ କେଉଁ ତାରିଖରୁ ବୁକିଂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘଦିନ ଧରି ଡ୍ରାଇଭିଂ ଲର୍ଣ୍ଣର ଲାଇସେନ୍ସ (ଏଲ୍‌ଏଲ୍‌) ପାଇବା ପାଇଁ ସ୍ଲଟ୍‌ ବୁକିଂ ବନ୍ଦ ରହିବା ପରେ ପୁଣି ଥରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୧୨ ତାରିଖରୁ ଲର୍ଣ୍ଣର ଲାଇସେନ୍ସ ପାଇବା ସ୍ଲଟ୍‌ ବୁକିଂ କରିପାରିବେ ବୋଲି ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

ସେହିଦିନ ୧୧ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ । କରୋନା ସଂକ୍ରମଣ ଭୟରେ ଗତ ମାର୍ଚ୍ଚ ୧୮ ତାରିଖ ଠାରୁ ଲର୍ଣ୍ଣର ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂକୁ ବାତିଲ୍‌ କରାଯାଇଥିଲା । ତେବେ ଲର୍ଣ୍ଣର ଲାଇସେନ୍ସ ପାଇଁ ଯେଉଁମାନେ ଧାର୍ଯ୍ୟ ଅର୍ଥ ଜମା କରିଥିଲେ ତାହା ବୈଧ ରହିଛି । ସକାଳ ୭ଟାରୁ ୧୦ଟା ଭିତରେ ଯେ କେହି ନିଜ ପସନ୍ଦର ସ୍ଲଟ୍‌ ବୁକିଂ କରିପାରିବେ । କେବଳ ଯେଉଁମାନେ ଆଗରୁ ଲର୍ଣ୍ଣିଂ ଲାଇସେନ୍ସ ପାଇବା ପାଇଁ ସ୍ଳଟ୍‌ ବୁକିଂ କରିଥିଲେ ସେମାନଙ୍କ ପାଇଁ ଏହି ସୁବିଧା ମିଳିବ । ନୂଆ ଏଲ୍‌ଏଲ୍‌ ପାଇବା ପାଇଁ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।

Leave A Reply

Your email address will not be published.