ଡ୍ରୋନ ଯୋଗେ ହେବ ଡ୍ୟାମ ହେବ ଯାଞ୍ଚ

ହୀରାକୁଦ ଜଳ ଭଣ୍ଡାରରେ ଫାଟକୁ ନେଇ ବଢିଛି ଚିନ୍ତା । ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଡ୍ୟାମ ନିରାପତ୍ତା କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି । ତୁରନ୍ତ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡ୍ୟାମ ନିରାପତ୍ତା ମୁଖ୍ୟ ଯନ୍ତ୍ରୀ ।
ଗତ ମାସ ୧୬ ତାରିଖରେ ଏ ସଂପର୍କରେ ଜଳ ଭଣ୍ଡାର ନିରାପତ୍ତା ମୁଖ୍ୟ ଯନ୍ତ୍ରୀ ଶିବାଶିଷ ପାଢ଼ୀ ଜଳ ଭଣ୍ଡାରର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଖୁବ ଶୀଘ୍ର ଫାଟ ଯାଞ୍ଚ କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଡ୍ରୋନ ଯୋଗେ ହୀରାକୁଦ ଡ୍ୟାମର ଅପଷ୍ଟ୍ରିମ ଓ ଡାଉନ ଷ୍ଟ୍ରିମରେ ଥିବା ଫାଟ ଯାଞ୍ଚ କରି ଭିଡିଓ ଗ୍ରାଫି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉକ୍ତ ଚିଠିରୁ ଜଣାପଡ଼ିଛି ।
ଭିଡିଓଗ୍ରାଫି କରି ଫାଟର ତଥ୍ୟ ପ୍ରମାଣ ଫଟୋ ସହ ଦେବାକୁ ଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କୁ କୁହାଯାଇଛି । ୧୯୯୯ ମସିହା ସର୍ଭେ ପରେ ଚିହ୍ନଟ ଫାଟ ଗୁଡ଼ିକର ପରିସୀମା ବୃଦ୍ଧି ପାଇଛି କି ନାହିଁ ଏବଂ ଅପରେଶନ ଗ୍ୟାଲେରୀରେ ଥିବା ଫାଟ ଓ ସ୍ଥିତି ବିଷୟରେ ରିପୋର୍ଟ ପ୍ରସ୍ତୁତ କରି ଦେବାକୁ କୁହାଯାଇଛି ।
ଏ ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରି ନିରାପତ୍ତା ବିଶେଷଜ୍ଞ କମିଟି ଜଳ ଭଣ୍ଡାର ବୁଲି ସ୍ଥିତି ଯାଞ୍ଚ କରିବ ବୋଲି ଜଣାପଡ଼ିଛି ।