ନିଶାସକ୍ତ ଯୁବତୀଙ୍କ ଉନ୍ମକ୍ତ କାଣ୍ଡ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଜଣେ ନିଶାସକ୍ତ ଯୁବତୀ ସାମାନ୍ୟ କଥାକୁ କେନ୍ଦ୍ର କରି ହେଲମେଟ ରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ମହେଶ ନାମଦେବ ନାମକ ଏହି ଯୁବକ ଏକ ଘରୋଇ ସଂସ୍ଥାର କର୍ମଚାରୀ। ଆକ୍ରମଣରେ ମହେଶଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ମଞ୍ଚେଶ୍ୱର ପୋଲିସ ଘଟଣାରେ ସଂପୃକ୍ତ ୨ ଯୁବତୀଙ୍କ ସହ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଘଟଣାକ୍ରମେ:

ବୁଧବାର ରାତି ପ୍ରାୟ ୧୦ଟା ବେଳେ ଏକ କାରରେ ଦୁଇ ଯୁବକ ଓ ଦୁଇ ଯୁବତୀ ଭୁବନେଶ୍ୱରରୁ କଟକ ଆଡକୁ ଯାଉଥିଲେ । ଗାଡ଼ିରେ ଥିବା ସମସ୍ତ ୪ଜଣ ଯାକ ନିଶାସକ୍ତ ଥିବାବେଳେ ଗାଡିରେ ଡିଜେ ସାଉଣ୍ଡ ଲଗାଇ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର ପଳାଶୁଣୀ ସପ୍ତଶଯୀ ମନ୍ଦିର ନିକଟରେ ମହେଶଙ୍କୁ ଗଡ଼ିଟି ସାଇଡ ମାରିଥିଲା। ଫଳରେ ବର୍ଷା ଯୋଗୁଁ ରାସ୍ତା କଡରେ ଥିବା ପାଣି ଛିଟିକି ତାଙ୍କ ଉପରେ ପଡ଼ିଥିଲା । ମହେଶ ଏହାର ପ୍ରତିବାଦ କରିବା ସହ କାର ଚାଳକଙ୍କୁ ଗାଳି କରିଥିଲେ ।

ଏହି ସମୟରେ ଜଣେ ଯୁବକ ଗାଡିରୁ ଓଡ୍ଲାଇ ତାଙ୍କୁ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯୁକ୍ତିତର୍କ ଚାଲିଥିବା ବେଳେ କାରରେ ବସିଥିବା ଜଣେ ଯୁବତୀ ଆସି ତାଙ୍କ ଠାରୁ ହେଲମେଟ ଛଡାଇ ନିସ୍ତୁକ ପିଟିଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା । ରକ୍ତାକ୍ତା ଅବସ୍ଥାରେ ସେ ପାଟି କରିବାରୁ ସ୍ଥାନୀୟ ଲୋକେ ଆସି ସଂପୃକ୍ତ ଗାଡି ସହ ସମସ୍ତ ଯାତ୍ରୀଙ୍କୁ ଅଟକ ରଖିବା ସହ ଆହତଙ୍କୁ ଉଦ୍ଧାର କରିଥିଲେ । ପୋଲିସ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିବା ସହ ଗାଡି ଚାଳକ ସହ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ପୋଲିସ ଅଟକ ରଖିଥିବା ଯୁବତୀଙ୍କ ମଧ୍ୟରୁ ଜଣେ ଥାନାରେ ଉତ୍ପାତ କରିବା ସହ ନିଜକୁ ପ୍ରଭାବଶାଳୀଙ୍କ ଝିଅ ବୋଲି ପରିଚୟ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.