ଉଗ୍ରତାରା ମନ୍ଦିର ର ପୂଜକଙ୍କୁ ସହଯୋଗର ହାତ ବଢାଇଲେ ବିଧାୟକ ସୁଶାନ୍ତ, ପୂର୍ବତନ କର୍ପରେଟର ଅମରେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ଲକ ଡାଉନ ନିୟମ ପାଳନ କରି ରାଜ୍ୟର ସମସ୍ତ ମନ୍ଦିର ବନ୍ଦ କରାଯାଇଛି । ଏହାର ସିଧାସଳଖ ପ୍ରଭାବ ପୂଜାକ ଏବଂ ସମାନଙ୍କ ପରିବାର ଉପରେ ପଡିଛି । ସେମାନେ ଅନେକ ଆର୍ଥିକ ସମସ୍ୟା ଦେଇ ଗତିକରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୋବର୍ଦ୍ଧନ ପୀଠଦିସ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଅଦିତ୍ୟବହିନୀ ଓଡ଼ିଶାର ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ କର୍ପରେଟର ଅମରେଶ ଜେନା(ବାଇଁଆ) ଏବଂ ସମୀର ପ୍ରଧାନ, ବିଜୁ ଯୁବ ଜନତା ଦଳ ନେତା କୁନ ବିହାରି ଦାସ,ପୂର୍ବତନ କାର୍ପରେଟର ହରେକୃଷ୍ଣ ନାୟକଙ୍କ ନେତୃତ୍ୱରେ ଆଜି ଖୋର୍ଦ୍ଧା ସ୍ଥିତ ଉଗ୍ରତାରା ମନ୍ଦିରରେ ୫୦ରୁ ଉର୍ଦ୍ଧ ପୂଜକଙ୍କୁ ଖାଦ୍ୟ ସାମଗ୍ରୀ ଓ ଦକ୍ଷିଣା ପ୍ରଦାନର ଅଭିନବ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବ୍ରାହ୍ମଣ ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣ ପରେ ଅଦିତ୍ୟବହିନୀ ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କ ଉକ୍ତ କାର୍ଯ୍ୟକ୍ରମ ସମ୍ୱନ୍ଧରେ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ଓ ବ୍ରାହ୍ମଣ ମାନଙ୍କୁ ଅବଗତ କରାଇଥିଲେ ।

Leave A Reply

Your email address will not be published.