ଅସାବଧାନତା ରୁ ଲିଭିଗଲା ୧୩ଟି ସ୍କୁଲ ପିଲାଙ୍କ ଜୀବନ ଦୀପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ୟୁପି କୁସିନଗର ରେ ଫାଟକବିହୀନ ରେଳ ଲାଇନ କୁ ଏକ ଘୋରାଇ ସ୍କୁଲ ଭ୍ୟାନ ଅତିକ୍ରମ କଲାବେଳେ ଟ୍ରେନ ଧକ୍କା ରେ ୧୩ ସ୍କୁଲ ପିଲାଙ୍କ ମୃତ୍ୟୁ ଘଟିବା ସହ ୮ଛାତ୍ର ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଘଟଣାକ୍ରମେ

ଆଜି ସକାଳେ ବିସୁନପୁର ଥାନା ବିହୁଦି ରେଳ ଲାଇନ କୁ ଏକ ସ୍କୁଲ ଭ୍ୟାନ ଅତିକ୍ରମ କଲାବେଳେ ଡ୍ରାଇଭର ର ଅସାଭଧାନତାରୁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ସ୍କୁଲ ଭ୍ୟାନ ରେ ମୋଟ ୨୫ ଜଣ ଛାତ୍ର ଛାତ୍ରୀ ଥିଲେ। ଡ୍ରାଇଭର ଜଣକ ଇଅରଫୋନ କାନ ରେ ଦେଇ ଗାଡି ଚଳେଇବା ବେଳେ ଏଭଳି ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି। ଡ୍ରାଇଭର ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିବା ସହ ଆହାତ ଙ୍କୁ ସରକାର ମାଗଣାରେ ଚିକିତ୍ସା ଯୋଗାଇବାକୁ ଘୋଷଣା କରିଛନ୍ତି।

Sikshaya
Leave A Reply

Your email address will not be published.