ରାତିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଲି ରାତି ପ୍ରାୟ ୩ ଟା ସମୟରେ ପୁରୁଣା ଭୁବନେଶ୍ୱର ର ଅନନ୍ତ ବାସୁଦେବ ମନ୍ଦିର ରୋଷେଇ ଘରେ ଘଟିଯାଇଛି ବଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ରେ ୨୦ ବଖରା ଘର ସମ୍ପୂର୍ଣ ଭାବେ ପଡିଯାଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡ ର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

ସୂଚନା ଅନୁଯାୟୀ, କାଲି ରାତି ପ୍ରାୟ ୩ ଟା ବେଳେ ହଠାତ ପୁରୁଣା ଭୁବନେଶ୍ୱର ର ଅନନ୍ତ ବାସୁଦେବ ମନ୍ଦିର ରୋଷେଇ ଘରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡ ରେ ୨୦ ବଖରା ଘର ପୋଡି ଯିବା ଫଳରେ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟହୋଇ ଯାଇଛି । ନିଆଁ ଲାଗିବା ଖବର ପାଇ ୩ ଟି ୟୁନିଟ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ରାତି ଅଧିକ ହୋଇଥବାରୁ ନିଆଁ ଲାଗିବା ବିଷୟରେ କେହି ଜାଣିପାରି ନଥିଲେ । ନିଆଁ ଖବର ଜାଣିବା ପରେ ଅଗ୍ନିଶମ ଅଫିସ କୁ ଖବର ଦିଆଯାଇଥିଲା ମାତ୍ର ସେପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟହୋଇ ଯାଇଥିଲା । ରୋଷଘରେ ନିଆଁ ଲାଗିବା ଯୋଗୁଁ ଠାକୁରଙ୍କ ପାଇଁ କେବଳ କୋଠ ଭୋଗ ତିଆରି ହେବ। ତେବେ ସାଧାରଣ ଲୋକଙ୍କ ପାଇଁ ହେଉଥିବା ଅବଢ଼ା ବନ୍ଦ ହୋଇପାରେ ବୋଲି ସୂଚନା ମିଳିଛି । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଘଟଣା ସ୍ଥଳ ବୁଲି ଦେଖିବାସହ ନିଜସ୍ୱ ପାଣ୍ଠିରୁ ୩ ଲକ୍ଷ ଟଙ୍କା ସାହାଯ୍ୟ ଘୋଷଣା କରିଛନ୍ତି।

Sikshaya
Leave A Reply

Your email address will not be published.