କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଡୁମୁଡୁମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବର ସ୍ଥିତ ଡୁମୁଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ବିଏମ୍‌ସି କମିଶନର। ହନୁମାନ ମନ୍ଦିରରୁ-ଶନିମନ୍ଦିର ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୋଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ସାଧାରଣଲୋକଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇ ଦେବ ବିଏମସି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭୁବନେଶ୍ବର ସ୍ଥିତ ଡୁମୁଡୁମାର ସୁବାସ ନଗର ବସ୍ତିରେ ବାହାରିଛନ୍ତି ଅନେକ ପଜିଟିଭ୍ । ଏଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଚିହ୍ନଟ ପ୍ରାୟ ସମସ୍ତ କେସ୍‌ର ଟ୍ରାଭେଲ ହିଷ୍ଟ୍ରି ନାହିଁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.