ସବୁଦିନ ପାଇଁ ବନ୍ଦ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି। ଏ ନେଇ ଟ୍ବିଟର ସେଫଟି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଆମେରିକାର ସଂସଦ (କ୍ୟାପିଟଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟ୍ରମ୍ପ ବାରମ୍ବାର ତାଙ୍କ ନିୟମ ଭଙ୍ଗ କରୁଥିବା ଟ୍ୱିଟର କହିଛି। ପୂର୍ବରୁ ଫେସବୁକ ମଧ୍ୟ ବୁଧବାର ଦିନ ନିୟମ ଉଲଙ୍ଘନ ଅଭିଯୋଗ ଆଣି ଟ୍ରମ୍ପଙ୍କ ପେଜକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିଥିଲା। ଫେସବୁକ୍‌ର ସଂସ୍ଥାପକ ମାର୍କ ଜୁକରବର୍ଗ ଗୁରୁବାର ଦିନ ଏ ନେଇ କହିଥିଲେ ଯେ, ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପର୍ଯ୍ୟନ୍ତ ଦେଶର ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମକୁ ବ୍ୟବହାର କରିପାରିବେ ନାହିଁ । ତେବେ ଆସନ୍ତା ଜାନୁଆରୀ ୨୦ ତାରିଖକୁ ଆମେରିକାରେ ନବନିର୍ବାଚିତ ରଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ପରାଜିତ ହେବା ପରେ ବି କ୍ଷମତା ହସ୍ତାନ୍ତର କରିବାକୁ ଇଚ୍ଛୁକ ନାହାନ୍ତି, ଯେଉଁଥିପାଇଁ ଦେଶରେ ଏବେ ଅରାଜକତା ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ୱାଶିଂଟନ ଡିସିରେ ଥିବା କ୍ୟାପିଟଲ ବିଲ୍‌ଡିଂରେ ପ୍ରବେଶ କରି ହିଂସା ଘଟାଇଥିଲେ। ପୁଲିସ ସହ ସଂଘର୍ଷ ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.