ମିଳିଲା ନକଲି ଚାବି ଉଠିଲା ଅନେକ ପ୍ରଶ୍ନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମିଳିଲା ରତ୍ନଭଣ୍ଡାର ର ଚାବି ତାହା ପୁଣି ନକଲି। ଯାହାକି ଜଗନ୍ନାଥ ପ୍ରେମୀ ଙ୍କ ମନରେ ସୃଷ୍ଟି କରିଛି ଅନେକ ପ୍ରଶ୍ନ। ଚାବି ଯଦି ହଜି ଯାଇଥିଲା ନକଲି ଚାବି ଆସିଲା କେଉଁଠୁ? ଏ ଚାବିକୁ କିଏ ଓ କାହିଁକି ତିଆରି କରିଥିଲା? ଯଦି ନକଲି ଚାବି ସମସ୍ତଙ୍କ ଜ୍ଞାନ୍ତସାରରେ ହୋଇଥିଲା ତେବେ ଏ ବିଷୟରେ କେହି ଅବଗତ ନଥିଲେ କେମିତି? ଯଦି ନକଲି ଚାବି ଥିଲା ଏହାକୁ ଜିଲ୍ଲା ଟ୍ରେଜେରି ରେ ନରଖାଯାଇ ରେକର୍ଡ ରୁମ୍ ଲକରରେ ରଖିଲାକିଏ?

ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଜିଲ୍ଲା ରେକର୍ଡ ରୁମ୍ ଲକରରେ ଏକ ଜଉମୁଦା ଲଫାପାରୁ ଏହି ନକଲି ଚାବିର ସନ୍ଧାନ ମିଳିଛି। ହଜିଲା ଚାବି ଖୋଜିବାକୁ ଦୁଇଟି ଟିମ୍ ଗଠନ ହୋଇଥିଲା । ବିଗତ ୫ ଦିନ ଧରି ଦୁଇଟି ଟିମ୍ ଚାବି ଖୋଜିବା ସମୟରେ କିଛି ଚାବି ଥିବା ଲଫାପାକୁ ପାଇଲେ । ରତ୍ନଭଣ୍ଡାର ଚାବି ହଜିବା ଶୁଣି ଜଗନ୍ନାଥଙ୍କ ଭକ୍ତ ଙ୍କ ଭାବାବେଗ ରେ ଆଘାତ ଲାଗିବା ସହ ଏହା ସରକାରଙ୍କ ମୁଣ୍ଡବ୍ୟଥା ର କାରଣ ସାଜିଥିଲା। କିନ୍ତୁ ସେ ଚାବିରେ ଯେ ରତ୍ନଭଣ୍ଡାର ତାଲା ଖୋଲୁଚି ନା ନାହିଁ ସେ ବର୍ତ୍ତମାନ ର ବଡ ପ୍ରଶ୍ନ। ତେଣୁ ଶ୍ରୀ ମନ୍ଦିରର ପରିଚାଳନା କମିଟି ର ସଦସ୍ୟ ଓ ଗଜପତି ମହାରାଜାଙ୍କ ଉପସ୍ଥିତି ରେ ସେ ଚାବି ରେ ତାଲା ଖୋଲାଗଲେ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିବ ଓ ପ୍ରକୃତରେ ତାହା ନକଲି ଚାବି ନା ସରକାର ରତ୍ନଭଣ୍ଡାର କଳଙ୍କ ରୁ ନିଜକୁ ବଞ୍ଚିବାକୁ ଚାହୁଁଛନ୍ତି ବୋଲି ଭକ୍ତ ମହଲରେ ଚର୍ଚ୍ଚା ଜୋର ଧରିଛି।

ସେହିପରି ପୁରୀ ଦଇତାପତି ନିଯୋଗର ସହ ସମ୍ପାଦକ ବିନାୟକ ଦାସମହାପାତ୍ର କହିଛନ୍ତି ରେକର୍ଡ ରୁମ୍ ଲକରରେ କେବଳ ରେକର୍ଡ ରହିବା କଥା । ସେଠି ଚାବି ରହିବାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ସେ ଜିଲ୍ଲାପାଳ ଙ୍କ କଥାରେ ବିଶ୍ୱାସ କରିପାରୁନାହାନ୍ତି । ରତ୍ନଭଣ୍ଡାରର ଚାବି ତ ଗୋଟିଏ ନକଲି ଚାବି କେଉଁଠୁ ଆସିଲା ବୋଲିସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ଓ ବିଜେପି ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଜିଲ୍ଲାପାଳ ବିଭ୍ରାନ୍ତ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Sikshaya
Leave A Reply

Your email address will not be published.