୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ଜାଲ ନୋଟ ଜବତ, ଜଣେ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଧିନସ୍ଥ ସୁନାମୁଦି ଗାଁ ଅଞ୍ଚଳର ଏକ ଭଡା ଘରୁ ପୋଲିସ ୨ ଲକ୍ଷ ୩୦ ହଜାର ଟଙ୍କାର ଜାଲ ନୋଟ ଜବତ କରିବା ଯାହା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଟିକିରି ଥାନା ଅଧିନସ୍ଥ ସୁନାମୁଦି ଗାଁରେ ଦେବ ଯୋହନ ନାୟକ ନାମକ ଜଣେ ବ୍ୟକ୍ତି ଘର ଭଡା ନେଇ ରହୁଥିଲା । ଉକ୍ତ ଘରେ ଜାଲ ନୋଟ କାରବାର ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ପୋଲିସ ୨୦ଟି ୨୦୦୦ଟଙ୍କିଆ ଜାଲ ନୋଟ ସହ ୨ ଲକ୍ଷ ୩୦ହଜାର ଟଙ୍କାର ଜାଲ ନୋଟ ଜବତ କରିଛି । ଦେବ ଯୋହନ ଜାଲ ନୋଟ କେଉଁଠୁ ଆଣୁଥିଲେ । କେତେଦିନ ଧରି ଜାଲ ନୋଟ କାରବାର ଚାଲିଥିଲା ଓ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ଏହାକୁ ନେଇ ପୁଲିସ ତଦନ୍ତ କରୁଛି ।

Leave A Reply

Your email address will not be published.